[pj-news-ticker]

नमस्कार हमारे न्यूज पोर्टल - मे आपका स्वागत हैं ,यहाँ आपको हमेशा ताजा खबरों से रूबरू कराया जाएगा , खबर ओर विज्ञापन के लिए संपर्क करे +91 7078277779 / +91 9927127779 ,हमारे यूट्यूब चैनल को सबस्क्राइब करें, साथ मे हमारे फेसबुक को लाइक जरूर करें ,




କୋରାପୁଟ ଜିଲ୍ଲାରେ ମାଁ ମୁତ୍ୟାଲୁ ମାଁ ଙ୍କ ପୂଜା ଆଡମ୍ବରରେ ପାଳିତ ହେବା ସହ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ

କୋରାପୁଟ ଜିଲ୍ଲାରେ ଜୟ ମାଁ ମୁତ୍ୟାଲୁ ମାଁଙ୍କ ପୂଜା ମହା ଆଡମ୍ବରରେ ପାଳିତ ହେଉଅଛି l

କୋରାପୁଟ, 05 ମଇ 2023 (UTN) | କୋରାପୁଟ ଜିଲ୍ଲାରେ ଜୟ ମାଁ ମୁତ୍ୟାଲୁ ମାଁଙ୍କ ପୂଜା ମହା ଆଡମ୍ବରରେ ପାଳିତ ହେଉଅଛି l କୋରାପୁଟ ଜିଲ୍ଲାର ଟିକିରା ସାହି ସ୍ଥିତ ଗ୍ରାମ ଦେବତୀ ମାଁ ମୁତ୍ୟାଲୁ ମାଁଙ୍କ ପୂଜା କୋରାପୁଟ ସହର ସ୍ଥିତ ପୋଲିସ କଲୋନୀରେ ଅନୁଷ୍ଠିତ ହେଉଅଛି l ଏହି ମୁତ୍ୟାଲୁ ମାଁଙ୍କ ନବ ଦିବସ ଯାତ୍ରା ଚଳିତ ବୈଶାଖ ଶୁକ୍ଳ ଏକାଦଶୀ ତିଥି ଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏହି ନବ ଦିବସ ଯାତ୍ରା ଆରକ୍ଷୀବାହିନୀ ତରଫରୁ କୋରାପୁଟ ସ୍ଥିତ ପୋଲିସ ଲାଇନ୍ ରେ ପାରମ୍ପରିକ ଭାବେ ଅନୁଷ୍ଠିତ ହେବ ବୋଲି କୋରାପୁଟ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ତଥା ମୁତ୍ୟାଲୁ ମାଁ ପୂଜା କମିଟି ସଭାପତି ଶ୍ରୀଯୁକ୍ତ ଅଭିନଵ ସୋନକର୍ ମତ ରଖିଥିବା ସହ ସମସ୍ତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଏହି ଉତ୍ସବରେ ମାଁ ମୁତ୍ୟାଲୁ ମାଁଙ୍କ ଦର୍ଶନ କରି ମାଁଙ୍କ କୃପା ଲାଘବ କରିବା ପାଇଁ ଅନୁରୋଧ ମଧ୍ୟ କରିଅଛନ୍ତି l ମାଁଙ୍କ ନବ ଦିବସ ଯାତ୍ରା କାର୍ଯ୍ୟକ୍ରମ ଅନୁସାରେ ଶ୍ରୀ ଶ୍ରୀ ଶ୍ରୀ ମୁତ୍ୟାଲୁ ମାଁ ସହରର ବିଭିନ୍ନ ସ୍ଥାନ ଯେପରିକି ଗାନ୍ଧୀ ନଗର, ପି. ଏଚ୍.ଡି କଲୋନୀ, ପୂଜାରୀପୁଟ, ପୋଲିସ୍ ଲାଇନ୍ l
ଭାଣ୍ଡି ସାହି ସହ ନଗରର ବିଭିନ୍ନ ସାହି ପରିକ୍ରମା କରିବେ ବୋଲି କାର୍ଯ୍ୟସୂଚୀ ରହିଅଛି l ଏହି ମୁତ୍ୟାଲୁ ମାଁଙ୍କ ନବ ଦିବସ ଯାତ୍ରା ଚଳିତ ବୈଶାଖ ଶୁକ୍ଳ ଏକାଦଶୀ ତିଥି ଠାରୁ ଚତୁର୍ଥୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏହି ନବ ଦିବସ ଯାତ୍ରା ଆରକ୍ଷୀବାହିନୀ ତରଫରୁ କୋରାପୁଟ ସ୍ଥିତ ପୋଲିସ ଲାଇନ୍ ରେ ପାରମ୍ପରିକ ଭାବେ ଅନୁଷ୍ଠିତ ହେବ ବୋଲି କୋରାପୁଟ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ତଥା ମୁତ୍ୟାଲୁ ମାଁ ପୂଜା କମିଟି ସଭାପତି ଶ୍ରୀଯୁକ୍ତ ଅଭିନଵ ସୋନକର୍ ମତ ରଖିଥିବା ସହ ସମସ୍ତ ଭକ୍ତ ତଥା ଶ୍ରଦ୍ଧାଳୁଙ୍କୁ ଏହି ଉତ୍ସବରେ ମାଁ ମୁତ୍ୟାଲୁ ମାଁଙ୍କ ଦର୍ଶନ କରି ମାଁଙ୍କ କୃପା ଲାଘବ କରିବା ପାଇଁ ଅନୁରୋଧ ମଧ୍ୟ କରିଅଛନ୍ତି lଏହି ଅବସରରେ ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣମୀ ଅବସରରେ ମାଁ ମୁତ୍ୟାଲୁ ମାଁଙ୍କ ପୀଠରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଅଛି l ଭକ୍ତ ତଥା ଶ୍ରଦ୍ଧାଳୁ ମାଁଙ୍କ ଦର୍ଶନ କରି ବହୁ ଆନନ୍ଦିତ ତଥା ଖୁସି ଥିବା ଦେଖାଦେଇଅଛି l ଏହି ଅବସରରେ ପ୍ରତ୍ୟେକ ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ହେଉଥିବା ଦେଖା ଦେଇଅଛି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) | 

विज्ञापन बॉक्स (विज्ञापन देने के लिए संपर्क करें)

[wonderplugin_carousel id="1"]
RELATED ARTICLES

विज्ञापन बॉक्स (विज्ञापन देने के लिए संपर्क करें)

Most Popular

आज का राशिफल देखें