[pj-news-ticker]

नमस्कार हमारे न्यूज पोर्टल - मे आपका स्वागत हैं ,यहाँ आपको हमेशा ताजा खबरों से रूबरू कराया जाएगा , खबर ओर विज्ञापन के लिए संपर्क करे +91 7078277779 / +91 9927127779 ,हमारे यूट्यूब चैनल को सबस्क्राइब करें, साथ मे हमारे फेसबुक को लाइक जरूर करें ,




କୋରାପୁଟରେ ପ୍ରବଳ ବର୍ଷା ହେତୁ ସହର ଅନ୍ଧକାରରେ ପଡ଼ିଗଲା |

କୋରାପୁଟରେ ମଙ୍ଗଳବାର ଅପରାହ୍ନରେ ପ୍ରାୟ ଏକ ଘଣ୍ଟା ଧରି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡି ବିଦ୍ୟୁତ ସେବା ବନ୍ଦ ରହିଛି।

କୋରାପୁଟ, 06 ସେପ୍ଟେମ୍ବର 2023 (UTN) | କୋରାପୁଟରେ ମଙ୍ଗଳବାର ଅପରାହ୍ନରେ ପ୍ରାୟ ଏକ ଘଣ୍ଟା ଧରି ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡି ବିଦ୍ୟୁତ ସେବା ବନ୍ଦ ରହିଛି। ବର୍ତ୍ତମାନ ସହର ପୁରାପୁରି ଅନ୍ଧାରରେ ବୁଡି ଯାଇଛି। ଘଡଘଡି ବର୍ଷାରେ କୋରାପୁଟ ଓ.ଏମ.ପି ନିକଟରେ ଏକ ବିରାଟ ଗଛ ଉପୁଡି ଯାଇଥିବା ଯୋଗୁଁ ବିଦ୍ୟୁତ ତାର ଓ ଖୁଣ୍ଟ ଭାଙ୍ଗି ପଡିଛି।ତେବେ ଏହାକୁ ସଜାଡିବା

ପାଇଁ ଯୁଦ୍ଧ କାଳୀନ ଭାବେ ମରାମତି କାର୍ଯ୍ୟ ଚାଲିଥିବା କୋରାପୁଟ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଦେବଦତ୍ତ ମହାପାତ୍ର ପ୍ରକାଶ କରିଛନ୍ତି। ପ୍ରବଳ ବର୍ଷା ଯୋଗୁଁ ସହରରେ ବିଭିନ୍ନ ସ୍ଥାନରେ ବର୍ଷା ପାଣି ରାସ୍ତାରେ ଜମି ରହିଥିବା ବେଳେ ସ୍ଥାନୀୟ ଖଣି କାର୍ଯ୍ୟାଳୟ ସମ୍ମୁଖ ୨୬ନଂ ଜାତୀୟ ରାଜପଥରେ ୩ଫୁଟର ବର୍ଷାପାଣି ପ୍ରବାହିତ ହେଉଛି l ସୂଚନାଯୋଗ୍ୟ, ଜିଲାରେ ୨୮୩.୪ମିମି ବର୍ଷା ହୋଇଥିବା ବେଳେ ଜିଲାର ସେମିଲିଗୁଡାରେ ସର୍ବାଧିକ ୭୫ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି।

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

[wonderplugin_carousel id="1"]
RELATED ARTICLES

विज्ञापन बॉक्स (विज्ञापन देने के लिए संपर्क करें)

Most Popular

आज का राशिफल देखें