[pj-news-ticker]

नमस्कार हमारे न्यूज पोर्टल - मे आपका स्वागत हैं ,यहाँ आपको हमेशा ताजा खबरों से रूबरू कराया जाएगा , खबर ओर विज्ञापन के लिए संपर्क करे +91 7078277779 / +91 9927127779 ,हमारे यूट्यूब चैनल को सबस्क्राइब करें, साथ मे हमारे फेसबुक को लाइक जरूर करें ,




ଅଜଣା ମାନସିକ ରୋଗୀ ଉଦ୍ଧାର : ଦୀର୍ଘ ଦିନ ସହରରେ ବୁଲୁଥିଲେ

ଏବେ କୋରାପୁଟ ଜିଲ୍ଲା ପ୍ରଶାସନ ସହାୟତାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସହ କିଛି ସ୍ୱେଚ୍ଛାସେବୀ ସହାୟତାରେ ଉଦ୍ଧାର କରାଯାଇଛି

କୋରାପୁଟ,16 ମାର୍ଚ୍ଚ 2023 (UTN) | ଅଜଣା ମାନସିକ ରୋଗୀକୁ ଉଦ୍ଧାର କରାଯାଇଛି । ଦୀର୍ଘ ଦିନ ଧରି ସହର ବିଭିନ୍ନ ସ୍ଥାନରେ ବୁଲୁଥିଲେ । ଏବେ କୋରାପୁଟ ଜିଲ୍ଲା ପ୍ରଶାସନ ସହାୟତାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସହ କିଛି ସ୍ୱେଚ୍ଛାସେବୀ ସହାୟତାରେ ଉଦ୍ଧାର କରାଯାଇଛି l ଖବର ଅନୁଯାୟୀ, କରୋନା ସମୟରେ ଜଣେ ଅଜଣା ମାନସିକ ରୋଗୀ କୋରାପୁଟ ଆସିଯାଇଥିଲେ l ଦୀର୍ଘ ଦିନ ଧରି ବିନା ଆଶ୍ରୟ ଏବଂ ବସ୍ତ୍ର ବିହୀନ ଅବସ୍ଥାରେ କୋରାପୁଟ ସହରରେ ବୁଲୁଥିଲା। କୋରାପୁଟ ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ଦୋକାନ ସମ୍ମୁଖରେ ଅପରିଷ୍କାର କରୁଥିଲା।

 

ଯାହାଫଳରେ ସହରରେ ଏକ ନକରାତ୍ମକ ପ୍ରଭାବ ପଡୁଥିଲା। ଜିଲ୍ଲା ପ୍ରଶାସନ ସହାୟତାରେ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ଏବଂ କିଛି ସ୍ଵେଚ୍ଛାସେବୀ ସଂଗଠନ ସହାୟତାରେ ମାନସିକ ରୋଗୀକୁ ଉଦ୍ଧାର କରି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ ମାନସିକ ରୋଗ ନିରାକରଣ ବିଭାଗରେ ଚିକିତ୍ସା କରାଯାଉଛି l ତେବେ ସ୍ଵାସ୍ଥ୍ୟ କିଛି ମାତ୍ରାରେ ସୁଧାର ଆସିବା ପରେ ଝାରସୁଗୁଡ଼ାରେ ଥିବା ମାନସିକ ଥ‌ଇଥାନ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବା ନେଇ କୋରାପୁଟ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦିଲୀପ ହିଆଲ ସୂଚନା ଦେଇଛନ୍ତି। କୋରାପୁଟ ସହରରେ ସମସ୍ତ ମାନସିକ ରୋଗୀକୁ ଚିହ୍ନଟ କରି ଚିକିତ୍ସା କରାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିଥିବା ସେ ସୂଚନା ଦେଇଛନ୍ତି l

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) | 

विज्ञापन बॉक्स (विज्ञापन देने के लिए संपर्क करें)

[wonderplugin_carousel id="1"]
RELATED ARTICLES

विज्ञापन बॉक्स (विज्ञापन देने के लिए संपर्क करें)

Most Popular

आज का राशिफल देखें