[pj-news-ticker]

नमस्कार हमारे न्यूज पोर्टल - मे आपका स्वागत हैं ,यहाँ आपको हमेशा ताजा खबरों से रूबरू कराया जाएगा , खबर ओर विज्ञापन के लिए संपर्क करे +91 7078277779 / +91 9927127779 ,हमारे यूट्यूब चैनल को सबस्क्राइब करें, साथ मे हमारे फेसबुक को लाइक जरूर करें ,




ବୃକ୍ଷରୋପଣ କରି ପରିବେଶ ପାଇଁ ବାର୍ତ୍ତା ପ୍ରଦାନ କରୁଅଛନ୍ତି ଗଛ ମଣିଷ ତଥା ସମାଜସେବୀ ନରେନ୍ଦ୍ର ଗରଡ଼ା

ବିଭିନ୍ନ ସମୟରେ ଗାଁ ଗାଁକୁ ଯାଇ ଚାରା ରୋପଣ କରି ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟର ଜଣେ ସମାଜସେବୀ ତଥା ପ୍ରକୃତି ବନ୍ଧୁ ନରେନ୍ଦ୍ର ଗରଡ଼ା l

କୋରାପୁଟ/ଲକ୍ଷ୍ମୀପୁର,25 ଅଗଷ୍ଟ 2023 (UTN) | ପେଶାରେ ସମାଜସେବୀ ବୃତ୍ତି କିନ୍ତୁ ନିଶା ପରିବେଶ ସୁରକ୍ଷା l ବିଭିନ୍ନ ସମୟରେ ଗାଁ ଗାଁକୁ ଯାଇ ଚାରା ରୋପଣ କରି ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟର ଜଣେ ସମାଜସେବୀ ତଥା ପ୍ରକୃତି ବନ୍ଧୁ ନରେନ୍ଦ୍ର ଗରଡ଼ା l ତାଙ୍କର ଏହି ନିଆରା କାର୍ଯ୍ୟ ପାଇଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ରହିଛି ନରେନ୍ଦ୍ରଙ୍କ ଆଦର l କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ରହି ଆସୁଛନ୍ତି ଏହି ସମାଜସେବୀ ନରେନ୍ଦ୍ର ଗରଡ଼ା  l

 

ପରିବେଶ ସୁରକ୍ଷା ପାଇଁ ସମର୍ପଣ ମନୋଭାବ ଲାଗି ଯୁବ ସମାଜସେବୀ ନରେନ୍ଦ୍ର ଗରଡ଼ାଙ୍କୁ ବିଶ୍ବ ପରିବେଶ ଦିବସ -2021 ଜୁନ 5 ମସିହାରେ  ଜଙ୍ଗଲ ଏବଂ ପରିବେଶ ବିଭାଗ ତରଫରୁ କୋରାପୁଟ ବନ ବିଭାଗ ତରଫରୁ ପ୍ରକୃତି ବନ୍ଧୁ-2021ରେ ସମ୍ବର୍ଦ୍ଧିତ ହୋଇଥିବା ଖବର ମଧ୍ୟ ହସ୍ତଗତ ହୋଇଅଛି l ତେବେ ଆଗାମୀ ଦିନରେ ମଧ୍ୟ ପରିବେଶ ସୁରକ୍ଷା ତଥା ବନୀକରଣ ପାଇଁ କୋରାପୁଟର ସମାଜସେବୀ ତଥା ପ୍ରକୃତି ବନ୍ଧୁ  ନରେନ୍ଦ୍ର ଗରଡ଼ା ନିଜସ୍ୱ ଉଦ୍ୟମ ଜାରି ରଖିବେ ବୋଲି ନିଜ ମତ ରଖିଅଛନ୍ତି l

 

ଏହିଭଳି ପରିବେଶର ସୁରକ୍ଷା ପାଇଁ ସେ ନିଜ ମର୍ମରେ ସମଗ୍ର ସମାଜକୁ “ଗୋଟିଏ ଗଛ ଗୋଟିଏ ମଣିଷ” ଭାବରେ ବୃକ୍ଷ ଲଗାଇବାକୁ ସମାଜର ବିଭିନ୍ନ ପିଢ଼ିଙ୍କୁ ବାର୍ତ୍ତା ପ୍ରଦାନ କରିବା ସହ ସଚେତନତାର ଆହ୍ୱାନ ଦେଇଅଛନ୍ତି l

 

ଆଜାଦି କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ଏନ.ସି.ସି ଆଲୁମିନି ଆସୋସିଏସନ୍ ତରଫରୁ ଆୟୋଜିତ ପରିବେଶ ସୁରକ୍ଷା,ଆମ ମାନଙ୍କର ଭବିଷ୍ୟତ ପାଇଁ ଓ ଆଗାମୀ ପିଢ଼ି ପାଇଁ ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ଚାରା ଲଗେଇବାର ସଂକଳ୍ପକୁ ଚରିତାର୍ଥ ପାଇଁ ଆଲୁମିନି ଆସୋସିଏସନ୍ ତରଫରୁ ସମାଜସେବୀ ନରେନ୍ଦ୍ରଙ୍କୁ “ପ୍ରକୃତି ବନ୍ଧୁ ପ୍ରଶଂସା ପତ୍ର-2023ରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଅଛି l

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

[wonderplugin_carousel id="1"]
RELATED ARTICLES

विज्ञापन बॉक्स (विज्ञापन देने के लिए संपर्क करें)

Most Popular

आज का राशिफल देखें