[pj-news-ticker]

नमस्कार हमारे न्यूज पोर्टल - मे आपका स्वागत हैं ,यहाँ आपको हमेशा ताजा खबरों से रूबरू कराया जाएगा , खबर ओर विज्ञापन के लिए संपर्क करे +91 7078277779 / +91 9927127779 ,हमारे यूट्यूब चैनल को सबस्क्राइब करें, साथ मे हमारे फेसबुक को लाइक जरूर करें ,




କୋରାପୁଟରେ ବିଜୁବାବୁଙ୍କ 107 ତମ ଜୟନ୍ତୀ ପାଳିତ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳିତ ହୋଇଛି। ପ୍ରଥମ ଥର ଜିଲ୍ଲା ସ୍ତରୀରରେ ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଛି।

କୋରାପୁଟ, 06 ମାର୍ଚ୍ଚ 2023 (UTN) |  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳିତ ହୋଇଛି। ପ୍ରଥମ ଥର ଜିଲ୍ଲା ସ୍ତରୀରରେ ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଇଛି। ଏହି ଅବସରରେ କୋରାପୁଟ ଜିଲ୍ଲାର ଅଧିବାସୀ ଅଧ୍ୟୁଷିତ ଲମତାପୁଟ ବ୍ଲକ ସଦର ମହକୁମାରେ ପାଳିତ ବିଜୁ ଜୟନ୍ତୀ ଉତ୍ସବ।କାର୍ଯ୍ୟକ୍ରମରେ ପ୍ରଥମେ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ବିଜୁ ଜନତା ଦଳର ଲୋକମାନେ ଶପଥ ପାଠ କରିଥିଲେ।
ବିଜୁ ଜନତା ଦଳର ଲୋକାଭିମୁଖୀ ତଥା ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଜନ ସାଧାରଣଙ୍କୁ କହିବାକୁ ଶପଥ ନେଇଥିଲା। ଏଥିସହିତ ସହ ବିଜୁ ବାବୁ ଓଡ଼ିଶାକୁ କିଭଳି ବିଶ୍ୱରେ ପରିଚିତ କରାଇଥିଲେ ସେ ବିଷୟରେ କହିବାକୁ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଗାମୀ ନିର୍ବାଚନ ପାଇଁ ରଣ କୌଶଳ ସ୍ଥି କରିବା ନେଇ ଆଲୋଚନା ହୋଇଥିଲା l ଏହି ଜୟନ୍ତୀ ପାଳନ ଅବସରରେ କେସିସି ବ୍ୟାଙ୍କର ଚେୟାର ମ୍ୟାନ୍ ତଥା ପୂର୍ବତନ ଓଡ଼ିଶା ବିଜୁ ଜନତା ଦଳର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ନିର୍ବାଚନ ମଣ୍ଡଳୀ ର ବିଧାୟକ ରଘୁରାମ ପଡ଼ାଲଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) | 

विज्ञापन बॉक्स (विज्ञापन देने के लिए संपर्क करें)

[wonderplugin_carousel id="1"]
RELATED ARTICLES

विज्ञापन बॉक्स (विज्ञापन देने के लिए संपर्क करें)

Most Popular

आज का राशिफल देखें