[pj-news-ticker]

नमस्कार हमारे न्यूज पोर्टल - मे आपका स्वागत हैं ,यहाँ आपको हमेशा ताजा खबरों से रूबरू कराया जाएगा , खबर ओर विज्ञापन के लिए संपर्क करे +91 7078277779 / +91 9927127779 ,हमारे यूट्यूब चैनल को सबस्क्राइब करें, साथ मे हमारे फेसबुक को लाइक जरूर करें ,




ଶ୍ରୀରାମ ନବମୀ ଲାଗି ସାରା କୋରାପୁଟ ସହର ଉତ୍ସବମୁଖର; ଶ୍ରୀ ରାମ ନବମୀ ଆୟୋଜନ କମିଟି, କୋରାପୁଟ ହିନ୍ଦୁ ପରିଷଦର ବ୍ୟାପକ ଆୟୋଜନ

ଆଜି ଶ୍ରୀରାମ ନବମୀ ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ବଡ଼ଦାଣ୍ଡ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇଉଠିଛି ।

କୋରାପୁଟ, 31 ମାର୍ଚ୍ଚ 2023 (UTN) | ଆଜି ଶ୍ରୀରାମ ନବମୀ ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ବଡ଼ଦାଣ୍ଡ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇଉଠିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କୀର୍ତ୍ତନ ମଣ୍ଡଳୀ ସାଙ୍ଗକୁ ଶ୍ରୀରାମ ଭକ୍ତ କୋରାପୁଟ ସହରରେ ଏକତ୍ରିତ ହୋଇ ଶ୍ରୀରାମ ନବମୀ ପାଳନ ଅବସରରେ ଅଶୋକ ନଗର ସ୍ଥିତ ହନୁମାନ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୂଜାରିପୁଟ ସ୍ଥିତ ଶ୍ରୀରାମ ମନ୍ଦିରରେ ପହଞ୍ଚିଥିଲେ । ଶ୍ରୀ ରାମ ନବମୀ ପାଳନ ଅବସରରେ କୋରାପୁଟ ସହର ରେ ହଜାର ହଜାର ରାମ ଭକ୍ତ ବନ୍ଧୁ ମାନଙ୍କ ସମାଗମ ହୋଇ ଅଖଣ୍ଡ ରାମ ନାମ ସହିତ ସାରା ସହର ପରିକ୍ରମଣ କରିବାର ବ୍ୟବସ୍ଥା ସହ ପ୍ରାୟ ଦଶ ହଜାର ଉର୍ଦ୍ଧ ଭକ୍ତଙ୍କୁ ନିଶୁଳ୍କ ପ୍ରସାଦ ସେବନର ଆୟୋଜନ ମଧ୍ୟ କରାଯାଇଛି।

ଏହି ଅବସର ରେ ରାମ ନବମୀ ଆୟୋଜନ କମିଟିର ସଭାପତି ଶ୍ରୀ ରାମ ସାହୁ, ସମ୍ପାଦକ ସନ୍ତୋଷ କୁମାର ଜେନା କମିଟି ସଦସ୍ୟ ରାଜେଶ ସୋନେଜା ଭାଈ, ଶିବ ପ୍ରସାଦ ଦାଶ, କୋରାପୁଟ ପୌର ଅଧ୍ୟକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠୀଙ୍କ ଅନ୍ୟାନ୍ୟ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କୋରାପୁଟ ହିନ୍ଦୁ ପରିଷଦର ସଦସ୍ୟ ଏବଂ ସଦସ୍ୟା କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସମସ୍ତ ଅୟୋଜନର ତଦାରଖରେ ସହଯୋଗ କରିଥିବା ଦେଖିବାକୁ ମିଳିଅଛି l ଏହି ବିଶାଳ ସମାବେଶରେ କୋରାପୁଟ ତଥା ଆଖପାଖ ଅଞ୍ଚଳର ପ୍ରାୟ ଦଶ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଗ୍ରହଣରେ ରାଜନୈତିକ ଦଳର ନେତୃବୃନ୍ଦ ତଥା ସହରର ବହୁ ବୁଦ୍ଧିଜୀବୀ ସମସ୍ତ ଭେଦଭାବ ଭୁଲି ଏକାଠି ନାଚି ଉଠିଥିଲେ l ପବିତ୍ର ରାମ ନବମୀ ଅବସରରେ ରାମ ନବମୀ ଆୟୋଜନ କମିଟି ତଥା କୋରାପୁଟ ହିନ୍ଦୁ ପରିଷଦର ଏଭଳି ବିଶାଳ ଶୋଭା ପଦଯାତ୍ରା ସମାବେଶର ପ୍ରୟାସକୁ ସହରର ବହୁ ବୁଦ୍ଧିଜୀବୀ ତଥା ଗୁଣୀଜ୍ଞାନୀ ବ୍ୟକ୍ତି କୋରାପୁଟ ହିନ୍ଦୁ ପରିଷଦକୁ ବେଶ୍ ଭୁରି ଭୁରି ପ୍ରଶଂସା କରିଥିବା ଶୁଣିବାକୁ ମିଳିଅଛି l ଶ୍ରୀରାମଙ୍କ ବିଶାଳ କଠଉକୁ ସାଥିରେ ନେଇ ବାହାରିଥିବା ଏହି ଶୋଭାଯାତ୍ରା ସହରବାସୀଙ୍କ ମଧ୍ୟରେ ଭି ବହୁ ଉତ୍ସାହ ଓ ଆନନ୍ଦ ଭରିଦେଇଛି l

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

[wonderplugin_carousel id="1"]
RELATED ARTICLES

विज्ञापन बॉक्स (विज्ञापन देने के लिए संपर्क करें)

Most Popular

आज का राशिफल देखें