[pj-news-ticker]

नमस्कार हमारे न्यूज पोर्टल - मे आपका स्वागत हैं ,यहाँ आपको हमेशा ताजा खबरों से रूबरू कराया जाएगा , खबर ओर विज्ञापन के लिए संपर्क करे +91 7078277779 / +91 9927127779 ,हमारे यूट्यूब चैनल को सबस्क्राइब करें, साथ मे हमारे फेसबुक को लाइक जरूर करें ,




ସ୍ୱାଧୀନତା ଦିବସ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଉଭୟ ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଏବଂ ଶିକ୍ଷାର୍ଥୀ

କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ରତମ ୭୭ତମ ସ୍ୱାଧୀନତା ଦିବସ ସୁରୁଖୁରୁରେ ପାଳିତ ହୋଇଯାଇଅଛି l

କୋରାପୁଟ, 16 ଅଗଷ୍ଟ 2023 (UTN) | କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ପବିତ୍ରତମ ୭୭ତମ ସ୍ୱାଧୀନତା ଦିବସ ସୁରୁଖୁରୁରେ ପାଳିତ ହୋଇଯାଇଅଛି l ଏହି ଅବସରରେ ସ୍ୱାଧୀନତା ଦିବସ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଉଭୟ ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଏବଂ କିଛି ଶିକ୍ଷାର୍ଥୀ ଯୋଗ ଦେଇ ସ୍ୱାଧୀନତାର ସ୍ୱାଦ ଉପଲବ୍ଧି କରିଥିବା ଦେଖିବାକୁ ମିଳିଅଛି l

ଏହି ଦିବସରେ ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଶିକ୍ଷାର୍ଥୀଙ୍କ ସହ ସ୍ୱାଧୀନତା ସଂଗ୍ରାମୀ ମହାତ୍ମା ଗାନ୍ଧୀ, ସୁଭାଷ ବୋଷ, ବୀର ସୁରେନ୍ଦ୍ର ସାଏ,ଜବାହରଲାଲ୍ ନେହେରୁ, ଲାଲ୍ ବାହାଦୂର ଶାସ୍ତ୍ରୀ,ରାଣୀ ଲକ୍ଷ୍ମୀବାଇଙ୍କ ସମେତ ବହୁ ବୀର ଯୋଦ୍ଧାଙ୍କ ସ୍ମୃତି ଜୟଗାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୋରାପୁଟର ଯୁବ ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କ ସମେତ ଶିକ୍ଷାର୍ଥୀ ଆର୍ଯ୍ୟନ୍ ମଣ୍ଡଳ l

ସାଈ ମଣ୍ଡଳ, ସ୍ୱସ୍ତିକ ଦାସ, ପ୍ରାଚୀ ପଟ୍ଟନାୟକ, ପିନାକୀ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରି ସ୍ୱାଧୀନତାର ମର୍ମ ତଥା ସ୍ୱାଦ ବାରିପାରିଥିବା ଦେଖିବାକୁ ମିଳିଅଛି l କାର୍ଯ୍ୟକ୍ରମ ପରିଶେଷରେ ଶିକ୍ଷାର୍ଥୀଙ୍କୁ ଚୋକଲେଟ୍, କୁରକୁରେ ବଣ୍ଟନ କରି ଯୁବ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଖୁସି, ଆଦର ବାଣ୍ଟିଥିବା ଦେଖିବାକୁ ମିଳିଥିଲା l ଏହି ସ୍ୱାଧୀନତା ଦିବସ ପାଳନ କରି ଶିକ୍ଷାର୍ଥୀ ବହୁ ଖୁସିଥିବା ଦେଖିବାକୁ ମିଳିଥିଲା l

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |  

विज्ञापन बॉक्स (विज्ञापन देने के लिए संपर्क करें)

[wonderplugin_carousel id="1"]
RELATED ARTICLES

विज्ञापन बॉक्स (विज्ञापन देने के लिए संपर्क करें)

Most Popular

आज का राशिफल देखें