[pj-news-ticker]

नमस्कार हमारे न्यूज पोर्टल - मे आपका स्वागत हैं ,यहाँ आपको हमेशा ताजा खबरों से रूबरू कराया जाएगा , खबर ओर विज्ञापन के लिए संपर्क करे +91 7078277779 / +91 9927127779 ,हमारे यूट्यूब चैनल को सबस्क्राइब करें, साथ मे हमारे फेसबुक को लाइक जरूर करें ,




‘ମେରୀ ମାଟି ଦେଶ ଦେଶ’ ଅଭିଯାନ ସାରା ଦେଶରେ ଆରମ୍ଭ ହେବ।

ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଗାଁରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବ ।

କୋରାପୁଟ, 14 ଅଗଷ୍ଟ 2023 (UTN) | ଆଜିଠୁ ଦେଶବ୍ୟାପୀ ଆରମ୍ଭ ହେବ ‘ମେରି ମାଟି ମେରା ଦେଶ’ ଅଭିଯାନ । ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଗାଁରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବ । ଗ୍ରାମ ପଞ୍ଚାୟତରେ ସ୍ମାରକୀ ଫଳକ ସ୍ଥାପନ କରାଯିବ । ଅମୃତ ବାଟିକା ସୃଷ୍ଟି ପାଇଁ ଅମୃତ କଳସ ଯାତ୍ରା କରାଯିବ । ଦେଶର କୋଣ ଅନୁକୋଣରୁ ଦିଲ୍ଲୀକୁ ମାଟି ଅଣାଯିବ l

ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ଗ୍ରାମ, ପଞ୍ଚାୟତ, ବ୍ଲକ, ସହର, ପୌରପାଳିକା ଆଦି ସ୍ଥାନରେ ସାହସୀ ବୀରମାନଙ୍କ ବଳିଦାନର ଆତ୍ମାକୁ ଶୁଭେଚ୍ଛା ଜଣାଇ ସ୍ମାରକୀ ଫଳକ ସ୍ଥାପନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ `ମନ କି ବାତ’ ପ୍ରସାରଣ ସମୟରେ ଏହି ଅଭିଯାନ ଘୋଷଣା କରିଥିଲେ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାହସୀ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରିବା l

ଏହି କ୍ରମରେ କୋରାପୁଟର ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ ମେରି ମାଟି ମେରା ଦେଶ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦେଶର ବୀର ସଂଗ୍ରାମୀମନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଅଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ବିଭାଗ ଏବଂ ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ତରଫରୁ ମେରି ଦେଶ୍ ମେରା ଦେଶ୍ କାର୍ଯ୍ୟକ୍ରମରେ ଭାଗ ନେଇ “ପ୍ରଶଂସା ପତ୍ର” ପ୍ରାପ୍ତିର ସୌଭାଗ୍ୟ ଅର୍ଜନ କରିଅଛନ୍ତି l ସେଥିପାଇଁ ସେ କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ବିଭାଗ ଏବଂ ସଂସ୍କୃତି ମନ୍ତ୍ରଣାଳୟ ବିଭାଗକୁ ଅଶେଷ ଧନ୍ୟବାଦ ପ୍ରଦାନ କରିଅଛନ୍ତି l

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |  

विज्ञापन बॉक्स (विज्ञापन देने के लिए संपर्क करें)

[wonderplugin_carousel id="1"]
RELATED ARTICLES

विज्ञापन बॉक्स (विज्ञापन देने के लिए संपर्क करें)

Most Popular

आज का राशिफल देखें