Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ରାଜୁପୁଟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗାନ୍ଧୀ ଜୟନ୍ତୀ ପାଳନ ସହ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

କୋରାପୁଟ,03 ଅକ୍ଟୋବର 2022 (UTN) |  କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଥିବା ସହିତ ଏକ ଗ୍ରାମସଭା ମଧ୍ୟ ଅନୁଷ୍ଠିତ  ହୋଇଯାଇଅଛି l  ଏହି କାର୍ଯ୍ୟକ୍ରମରେ ରାଜୁପୁଟ ପଞ୍ଚାୟତ  ସରପଞ୍ଚ ଶ୍ରୀ ପିତାମ୍ବର କିର୍ସାନିଙ୍କ ଅଧକ୍ଷତାରେ ଏକ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହେବା ସହ ମହାତ୍ମା ଗାନ୍ଧୀ ଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ, ଦୀପ ଧୂପ ଚନ୍ଦନ ଦେଇ ଗାନ୍ଧୀ ଜୟନ୍ତି ପାଳିଲେ ରାଜୁପୁଟ ପଞ୍ଚାୟତବାସୀ l ଉପସ୍ଥିତ ରହିଥିଲେ ପି.ଇ.ଓ ଲପା ପାତ୍ର,ଗ୍ରାମ ରୋଜଗାର ସେବକ ମନୋଜ ହିଆଲ,ସମସ୍ତ ୱାର୍ଡମେମ୍ବର, ଆଶା ଅଙ୍ଗନବାଡି ଶିକ୍ଷକ, ବିଭିନ୍ନ ବିଭାଗର କର୍ମଚାରୀ, ବେସରକାରୀ ଅନୁଷ୍ଠାନର ଯୁବକ, ଯୁବତୀ ଉପସ୍ଥିତ ରହିଥିଲେ l ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ସାନି ସ୍ୱାଗତ ଭାଷଣରେ ଶିକ୍ଷା ସ୍ୱାସ୍ଥ୍ୟ ପରିମଳ ଜୀବିକା ଗମନାଗମନ ପାଇଁ ପକ୍କା ସଡ଼କ l
ପ୍ରତ୍ୟେକ ଗ୍ରାମରେ 15 ଦିନକୁ ଥରେ ରାସ୍ତା ଘାଟ ସଫାସୁତୁରା ଯେଉଁ ଗାଁ ଶିକ୍ଷା ଆଉ ପରିମଳ ଉପରେ ନିରନ୍ତର ସ୍ବେଛାସେବୀ ଭାବରେ କାମ କରନ୍ତି ସେମାଙ୍କୁ ପଞ୍ଚାୟତ ସଂମ୍ମାନିତ କରିବ  ବୋଲି କହିଥିଲେ ସରପଞ୍ଚ ପିତାମ୍ବର l ଏହି ପବିତ୍ର ଦିବସରେ ଏକ ଆଦର୍ଶ ପଂଚାୟତ ଗଠନ ପାଇଁ ସମସ୍ତ ପଞ୍ଚାୟତବାସୀଙ୍କ  ସହଯୋଗ ଲୋଡିଛନ୍ତି ସରପଞ୍ଚ ଶ୍ରୀ ପିତାମ୍ବର କିର୍ଷାନୀ l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]