Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ବରିଷ୍ଠ ନାଗରିକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କୋରାପୁଟ,03 ଅକ୍ଟୋବର 2022 (UTN) | ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସେମିଲିଗୁଡା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ  ହୋଇଯାଇଅଛି l ଏଥିରେ 17 ଗୋଟି ପଞ୍ଚାୟତର ପ୍ରତି ପଞ୍ଚାୟତରୁ ଦୁଇ ଦୁଇ ବରିଷ୍ଠ ନାଗରିକ ଏବଂ ମୁନିସିପାଲିଟି ଅଞ୍ଚଳର ବରିଷ୍ଠ ମାନଙ୍କୁ ପୁଷ୍ପ ମାଲ୍ୟ ଚନ୍ଦନ ତିଳକ ଦେଇ ଚଦର ଦେଇ ଭବ୍ୟ ସ୍ୱାଗତ ସମ୍ଭାର୍ଦ୍ଧନା କରାଯାଇଛି l ଏହି କାର୍ଯ୍ୟକ୍ରମରେ ସେମିଲିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚି ବେହେରା, ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ, ବ୍ଲକ ଅଧକ୍ଷ ଶିବା ବାଙ୍ଗାରି ,ହିସାବ ଅଧିକ୍ଷକ,ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀ,ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନିଙ୍କ ସମେତ ସମସ୍ତ ସରପଞ୍ଚ ଭାଇ ଭଉଣୀ ଉପସ୍ଥିତ ରହିଥିଲେ l

 

 

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମୁଦାୟ ପ୍ରାୟ 70 ରୁ 80 ଜଣ ବରିଷ୍ଠ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିବା ସହିତ ସମସ୍ତଙ୍କୁ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା l

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]