Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଆଜି ଜନ୍ମ ତିଥି ଶ୍ରୀକୃଷ୍ଣଙ୍କ

ସାରା ଗୋପଦାଣ୍ଡ ଆଜି ଚଳ ଚଞ୍ଚଳ
     ଆଜି ଜନ୍ମ ତିଥି ଶ୍ରୀକୃଷ୍ଣଙ୍କ
କୋଳମଣ୍ଡନ କରି ଆସିବେ ଶ୍ରୀକୃଷ୍ଣ
     ହରିବେ ଦୁଃଖ ମାଁଦେବକୀଙ୍କ ll
ମାମୁଁ କଂସ ସୁର ଅତିବ ଦୁରାଚାରୀ
     ଅନେକ ପାପ ଏ ଯେ ଅରଜି
ପାପୀ ହୋଇବ ନାଶ  ଆହେ ଚକ୍ରଧାରୀ
       ଧରାଏଁ ଯେବେ ହେବ ବିରାଜି ll
ବାଲ୍ୟକାଳର ତୁମେ ତ ଲବଣୀ ଚୋର
    ଚୋରାଇ ଏ ଗୋପୀଙ୍କ ହୃଦୟ
ବଂଶୀ ବାଧକ ତୁମେ ହେ ମୁରଲୀଧର
     ବଂଶୀ ତାନେ ମଧୁର ଏ ଲୟ ll
ରାଧାଙ୍କର ପ୍ରେମ ଗୋପୀଙ୍କ ସହ ଲୀଳା
    କଳା କାହ୍ନୁ ଆହେ ନନ୍ଦଲାଲା
ଝୁରି ମନ ମୋହୁଛି ସେ ଯମୁନା ତଟ
     ଶାଶ୍ଵତ ପ୍ରେମ ଯେ ଚହଟିଲା ll
ଆଜ ତୁମ ଜନମ, ହେ ପ୍ରଣାମ ଘେନ
      ଆହେ ଶ୍ରୀକୃଷ୍ଣ ହରିମୁରାରୀ
ହୁଅ ଆବିର୍ଭାବ ତୁମେ ପାପ ସଂହାରି
      ଏ ଦୁଃଖ କଷ୍ଟ  ବିନାଶ କରି ll
   (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]