Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ୍ ହେଲେ କୋରାପୁଟ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଏବଂ ଛୋଟ ପିଲା

କୋରାପୁଟ, 13 ଅଗଷ୍ଟ 2022 (UTN) | ସ୍ୱାଧୀନତାର ଅମୃତ ମହୋତ୍ସବ ତଥା 75 ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି lକେନ୍ଦ୍ର ସରକାରଙ୍କ ତରଫରୁ ଭାରତର ସମସ୍ତ ପୋଷ୍ଟ ଅଫିସରେ ଅଗଷ୍ଟ 8 ରୁ ଅଗଷ୍ଟ 14 ତାରିଖ ପର୍ଯ୍ୟନ୍ତ 25 ଟଙ୍କା ଦରରେ ଏକ ଏକ ତ୍ରିରଙ୍ଗା କ୍ରୟ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଅଛି l ଏପଟେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ସଫଳ କରିବାକୁ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ସମସ୍ତ ଏସ୍ଏଚଜିଙ୍କୁ ପ୍ରତ୍ୟେକ ବ୍ଲକ ତଥା ଜିଲ୍ଲାର ପ୍ରତ୍ୟେକ ଘରକୁ ଜାତୀୟ ପତାକା ତିଆରି କରି ଯୋଗେଇବାର ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି l

ଏହି ସ୍ୱତନ୍ତ୍ରତାର ଅମୃତ ମହୋତ୍ସବକୁ କୋରାପୁଟ ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ ଏବଂ ସାଧାରଣ ଲୋକେ ଗତ ଅଗଷ୍ଟ 13 ରୁ ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ଏହି ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିଛନ୍ତି l ଏହି ପ୍ରରିପେକ୍ଷୀରେ କୋରାପୁଟ ଜିଲ୍ଲାର ଆଜି ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଛୋଟ ପିଲା ସାମିଲ୍ ହୋଇ ଏହି ତ୍ରିରଙ୍ଗା ଅଭିଯାନ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ କରି ସ୍ୱାଧୀନତାର ସ୍ୱାଦ ବଜାୟ ରଖିବା ସହ ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଏକ ଦେଶାତ୍ମବୋଧକ ଭାବନା ସୃଷ୍ଟି କରିବାକୁ ଉଦ୍ଦେଶ୍ୟ ରହିଥିବା ଏହି ବୁଦ୍ଧିଜୀବୀ ତଥା ବିଶିଷ୍ଟ ବ୍ୟକ୍ତି ମତ ରଖିଅଛନ୍ତି l ଏହି ତ୍ରିରଙ୍ଗା ଅଭିଯାନକୁ ଆଜି ସଫଳ କରିବାକୁ ଆଗେଇ ଆସିଛନ୍ତି କୋରାପୁଟ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଏବଂ ଛୋଟ ଛୋଟ ପିଲା l

ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଏହି ତ୍ରିରଙ୍ଗା ଅଭିଯାନକୁ ସଫଳ କରିବାକୁ ଆଗେଇ ଆସିଥିବା ବୁଦ୍ଧିଜୀବୀ ଏବଂ ଛୋଟ ପିଲାଙ୍କ ମଧ୍ୟରେ କୋରାପୁଟ ଜିଲ୍ଲାର ବରିଷ୍ଠ ବିଶିଷ୍ଟ ଧର୍ମପରାୟଣ ମହିଳା ଶ୍ରୀମତୀ ବାସନ୍ତୀ ରାଣୀ ପଟ୍ଟନାୟକ, ବରିଷ୍ଠ ବିଶିଷ୍ଟ ଓକିଲ ଶ୍ରୀ ଉତ୍ତମ ମିଶ୍ର, ଅବସରପ୍ରାପ୍ତ ଷ୍ଟେନୋ ( ଜଙ୍ଗଲ ବିଭାଗ ) ତଥା ନିଶିଗନ୍ଧା ସାହିତ୍ୟ ପ୍ରତିଷ୍ଠାନର କୋରାପୁଟ ଜିଲ୍ଲା ବିଚାରକ ଶ୍ରୀ କେ.ଦିଲୀପ କୁମାର,ଯୁବ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ବିଶିଷ୍ଟ ଲ୍ୟାବ୍ ଟେକ୍ନିସିଆନ୍ ଶ୍ରୀ ହିମାଂଶୁ ପଟ୍ଟନାୟକ, ବିଶିଷ୍ଟ ଗୃହିଣୀ ଶ୍ରୀମତୀ ରଶ୍ମିତା ପଟ୍ଟନାୟକ ସେହିପରି ଛୋଟ ପିଲାଙ୍କ ମଧ୍ୟରେ ପ୍ରାଚୀ ପଟ୍ଟନାୟକ, ପିନାକୀ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ସ୍ୱତନ୍ତ୍ରତାର ସ୍ୱାଦ ବାରିପାରିଥିବା ଲକ୍ଷ୍ୟ କରାଯାଇଅଛି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]