Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଉପଖଣ୍ଡସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ

କୋରାପୁଟ, 08 ଅଗଷ୍ଟ 2022 (UTN) | ଗତ ଜୁଲାଇ ୩୧ ତାରିଖରୁ 14 ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଆରମ୍ଭ ହୋଇଥିବା ଉପଖଣ୍ଡ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆଜି  ସମ୍ପନ୍ନ ହୋଇଯାଇଛି । ଏହି ଫୁଟବଲ୍ ପ୍ରତିଯୋଗିତାରେ 17ଟି ଦଳ ଭାଗ ନେଇଥିବା ନେଇ କହିଛନ୍ତି ଆୟୋଜକ ହରିକାନ୍ତା ସ୍ପୋର୍ଟ୍ସର ନିର୍ଦ୍ଦେଶକ ବାପୂଜି ପାତ୍ର  l ସୂଚନାଅନୁସାରେ, ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ବର୍ଗର କିଶୋରଙ୍କ ପାଇଁ ସ୍ବତନ୍ତ୍ର ଭାବେ ଫୁଟବଲ୍ ଖେଳର ଆୟୋଜନ କରାଯାଇଥିବା ବେଳେ ବଡଚିନ୍ଦ୍ରୀ ଦଳ ଚମ୍ପିଆନ ଓ କୁମ୍ଭାର ଟିମ୍ ରନର୍ସଅଫ ହୋଇଥିବା ନେଇ ସୂଚନା ରହିଛି ।
ଫାଇନାଲ ମ୍ୟାଚରେ ବଡଚିନ୍ଦ୍ରୀ ଟିମ ୨-୧ ଗୋଲ ବ୍ୟବଧାନରେ କୁମ୍ଭାର ଟିମକୁ ହରାଇ ଚମ୍ପିଆନ ହୋଇଥିବା ଯୋଗୁଁ ଦଳକୁ 5000 ଟଙ୍କା ଓ ରନର ଅପ୍ ହୋଇଥିବା କୁମ୍ଭା ଗାଁ ଦଳକୁ 3000 ଟଙ୍କା ଓ ଟ୍ରଫି ଦିଆଯାଇଛି । ଉଦଯାପନୀ ଉତ୍ସବରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି କହିଛନ୍ତି ଯେ, “ଉତ୍ତମ ପ୍ରଦର୍ଶନ କରିଥିବା କିଶୋର ଖେଳାଳିଙ୍କୁ ରାଜ୍ୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଉଦ୍ୟମ କରିବୁ । ଜିଲ୍ଲାର କୁନିକୁନି ଖେଳାଳୀଙ୍କୁ ଖେଳିବା ନିମନ୍ତେ ଉତ୍ସାହିତ କରିବୁ” l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]