Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ପ୍ରାଚୀନ ଓଡ଼ିଶାକୁ ଖୋଜିବାଠୁ ପ୍ରାଚୀନ ଓଡ଼ିଶାର ପରିକଳ୍ପନା କରିବା ବହୁତ କଷ୍ଟ

କୋରାପୁଟ, 06 ଅଗଷ୍ଟ 2022 (UTN) | ପ୍ରାଚୀନ ଓଡ଼ିଶାକୁ ଖୋଜିବାଠୁ ପ୍ରାଚୀନ ଓଡ଼ିଶାର ପରିକଳ୍ପନା କରିବା ବହୁତ କଷ୍ଟ l ତତ୍କାଳୀନ ସମାଜର ଚିନ୍ତା ଓ ଚେତନା, ମଣିଷର ଜୀବନ ଶୈଳୀ, ସେ କାଳର ସାମାଜିକ ରୀତିନୀତି, ରାଜନୀତି, ଚାଲି ଓ ଚଳଣୀ, ତଥା ଧର୍ମୀୟ ଭାବଧାରାକୁ ତର୍ଜମା କରି ସେ ସମୟର ନିର୍ମାଣ ଓ କଳା ନିପୁଣତା ଉପରେ ଆଲୋଚନା କରିବା ବହୁତ କଷ୍ଟ l ଯେତେବେଳେ କି ସହସ୍ର ବର୍ଷ ପୁରାତନ ଅନେକ ପ୍ରାଚୀନ କୀର୍ତ୍ତିରାଜି ଆଜି ଭୂପତିତ ଓ ଧ୍ବଂସାଭିମୁଖୀ ଜରାଜୀର୍ଣ୍ଣ l ପ୍ରାଚୀନ ଐତିହାସିକ ସ୍ଥଳୀଗୁଡିକର ଶିଳା ଦେହରେ ଲିପି ତଥା ଭାଷା ଆଜି ମଧ୍ୟ ବିସ୍ତୃତ ଭାବରେ ଭରି ରହିଅଛି l ତାହାକୁ ପଠନ କରିବା, ଜାଣିବା ଓ ପାଠ ଉଦ୍ଧାର କରିବା ଏକ ପ୍ରକାର ଅସମ୍ଭବ l

ଏହି ପ୍ରରିପ୍ରେକ୍ଷୀରେ ସମସ୍ତଙ୍କ ଅନୁମାନ, ଅନୁଶୀଳନ ଓ ତର୍ଜମା ଯେ ହେବ ତାହା କଳ୍ପନା କରିବା ହିଁ ବୃଥା l କିଛି କ୍ଷେତ୍ରରେ ଯଦି ଉପଲବ୍ଧି କରିବା ତେବେ କିଛି ଜଣ ସହମତ ହେବେ ଏବଂ କିଛି ଜଣ ଭି ସହମତ ହେବେ ନାହିଁ l କାରଣ ବର୍ତ୍ତମାନର ପୃଷ୍ଠଭୂମିରେ ଛିଡା ହୋଇ କେହି ସହସ୍ର ବର୍ଷ ଅତୀତକୁ ଫେରିଯାଇ ଇତିହାସକୁ ଠିକ ଭାବରେ ତର୍ଜମା କରିପାରିବେ ନାହିଁ l ଏକ ନିର୍ଦ୍ଧାରଣ ହୋଇଥିବା ସମୟସୀମା ମଧ୍ୟରେ ଆମେ ଗତ ଆହ୍ଲାବାଦକୁ ବାପାଙ୍କ କାର୍ଯ୍ୟ ସକାଶେ ପରିବାର ସହିତ ଯାତ୍ରା କରିବାକୁ ବାହାରିଥିଲୁ l କୋରାପୁଟରୁ ରାୟପୁର ପୁଣି ସେଠାରୁ ଆହ୍ଲାବାଦ ପ୍ରାୟ କି.ମି ବିହାର ପ୍ରଦେଶ ଦେଇ ବହୁ ପ୍ରଦେଶ ଦେଇ ପହଞ୍ଚିଲୁ ପ୍ରାୟ ଶେଷ ପ୍ରାନ୍ତରେ ଥିବା ଆହ୍ଲାବାଦ ସହର ନିକଟରେ l

ଅନେକ ଦିନରୁ ବୋଧ ହୁଏ ପ୍ରାୟ ଦୁଇ ବର୍ଷ ତଳୁ ମନରେ ଅଭିଳାଷ ଥିଲା ଭଗବାନ ବିଷ୍ଣୁ, ଶୈବ, ବ୍ରହ୍ମା ଆଦି ସମସ୍ତ ଦେବାଦେବୀଙ୍କୁ ଦର୍ଶନ କରିବା l ଓଡିଶାରେ ନିଖୁଣ ଭାବରେ ଦଣ୍ଡାୟମାନ ହୋଇଥିବା ହାତ ଗଣତି କେତୋଟି ବହୁ ପ୍ରାଚୀନ କୀର୍ତ୍ତି ତଥା ମନ୍ଦିରମାନଙ୍କ ମଧ୍ୟରେ ଏହି ପ୍ରୟାଗରାଜ (ଆହ୍ଲାବାଦ) ରେ କେତେ କେତେ ପ୍ରାଚୀନ ମନ୍ଦିର ସମାହାର ରହିଛି । ଯେଉଁଠାକୁ କୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ଭକ୍ତ ଆସି ଦର୍ଶନ କରିଯାଆନ୍ତି । ତୀର୍ଥସ୍ଥଳ ମାନଙ୍କରେ ରାଜା ବୋଲି କୁହାଯାଉଥିବା ପ୍ରୟାଗରାଜରେ ଏହି ସମୟରେ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ l ସେହି ପ୍ରାଚୀନ ମନ୍ଦିର ଗୁଡିକ ମଧ୍ୟରେ ପ୍ରୟାଗରାଜ (ଆହ୍ଲାବାଦ) ରେ କେତେ କେତେ ପ୍ରାଚୀନ ମନ୍ଦିର ସମାହାର ରହିଛି । ଯେଉଁଠାକୁ କୁମ୍ଭମେଳା ସମୟରେ ଲକ୍ଷ ଲକ୍ଷ ଭକ୍ତ ଆସି ଦର୍ଶନ କରିଯାଆନ୍ତି । ତୀର୍ଥସ୍ଥଳ ମାନଙ୍କରେ ରାଜା ବୋଲି କୁହାଯାଉଥିବା ପ୍ରୟାଗରାଜରେ ଏହି ସମୟରେ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ l

ଏହି ପ୍ରାଚୀନ କୀର୍ତ୍ତିରାଜ ଆହ୍ଲାବାଦ ନିକଟରେ ଶୋଭା ପାଉଥିବା ଏବଂ ଭକ୍ତଙ୍କ ସଂକଳ୍ପ ପାଇଁ ପ୍ରାଚୀନ ବଳୟ ମଧ୍ୟରେ ଶୋଭା ବିରାଜୁ ଥିବା ଅକ୍ଷୟ ବଟ ଯାହା ସଙ୍ଗମର ନିକଟବର୍ତ୍ତା ପବିତ୍ର ସ୍ଥାନ ମଧ୍ୟରେ ହେଉଛି ଅନ୍ୟତମ ଅଟେ l ଇତିହାସର ଆକବରଙ୍କ କିଲ୍ଲାରେ ହିଁ ଏହି ପ୍ରସିଦ୍ଧ ଅକ୍ଷୟ ବଟ ରହିଛି । କୁହାଯାଏ ଯେ ଗଙ୍ଗା,ଯମୁନା ଏବଂ ସରସ୍ୱତୀର ସଙ୍ଗମ କାରଣରୁ ହିଁ ଏହି ଅକ୍ଷୟ ବଟର ଉତ୍ପତ୍ତି ହୋଇଅଛି l ମାନ୍ୟତା ରହିଛି କି ଏହି ବଟର ଦର୍ଶନ ମାତ୍ରେ ହିଁ ସଙ୍ଗମରେ ସ୍ନାନ କରୁଥିବା ଭକ୍ତଙ୍କ ସଂକଳ୍ପ ପୁରଣ ହୋଇଥାଏ । ଏହା ଏକ ପୁରୁଣା ବରଗଛ ଯାହା ଝଡି ବତାସରେ ମଧ୍ୟ ଭାଙ୍ଗେ ନାହିଁ । ସୁରକ୍ଷାବଳୟ ସହ କେବଳ ଏହି ଗଛର ଗୋଟିଏ ଡାଳକୁ ହିଁ ଭକ୍ତଙ୍କୁ ଦର୍ଶନ କରିବା ପାଇଁ ସୁଯୋଗ ଦିଆଯାଏ ।

ସପ୍ତାହରେ କେବଳ ୨ ଥର ଅକ୍ଷୟ ବଟ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥାଏ l ସେହିପରି ସଙ୍ଗମ ନିକଟବର୍ତ୍ତୀ ଶକ୍ତିର ଦେବତା ବଜରଙ୍ଗବାଲୀଙ୍କ ଏକ ମନ୍ଦିର ରହିଛି । ସମ୍ପୁର୍ଣ୍ଣ ବିଶ୍ୱରେ ଏହା ଏକମାତ୍ର ମନ୍ଦିର ଯେଉଁଠି ପ୍ରଭୁ ହନୁମାନଙ୍କ ଶୟନ ଅବସ୍ଥାର ମୂର୍ତ୍ତୀକୁ ପୂଜା କରାଯାଉଛି । ଲୋକଙ୍କ କହିବାନୁସାରେ ସଙ୍ଗମରେ କୁମ୍ଭମେଳାର ଶେଷ ଦର୍ଶନ ଏହି ମନ୍ଦିରରେ ଦର୍ଶନ କରି ହିଁ ସମ୍ପୁର୍ଣ୍ଣ ହୁଏ l ସେହିପରି ଯମୁନା ନଦୀ କୁଳରେ ଆକବରଙ୍କ ଦୁର୍ଗ ପାଖରେ ଥିବା ମାନମେଶ୍ୱର ମନ୍ଦିରର ଚର୍ଚ୍ଚା ପୁରାଣରେ ମଧ୍ୟ ଲିପିବଦ୍ଧ ରହିଛି l ଏହି ଶ୍ରାବଣ ମାସରେ ଏହି ମନ୍ଦିରରେ ପୂଜାର୍ଚ୍ଚନା କଲେ ଭକ୍ତଙ୍କ ମନୋସ୍କାମନା ପୂରଣ ହୁଏ l ଦୂର୍ଗ ନିକଟରେ ହିଁ ଦକ୍ଷିଣ ଦିଗରେ ୧୩୦ ଫୁଟ୍ ଉଚ୍ଚରେ ଏହି ମଣ୍ଡପ ରହିଛି । କୁମ୍ଭମେଳାରେ ପବିତ୍ର ବୁଡ ପକାଇବା ପରେ ଏଠାକୁ ଭକ୍ତଙ୍କ ସୁଅ ଛୁଟିଥାଏ l ଠିକ ସେହିପରି ଦାରଗଞ୍ଜ ରୋଡରେ ଏହି ଅଲୋପି ଦେବୀ ମନ୍ଦିର ରହିଅଛି ।

ଏହି ମନ୍ଦିରର ନାମ ଦେବୀ ଅଲୋପଶଙ୍କରୀଙ୍କ ନାମ ଅନୁସାରେ ରଖାଯାଇଛି । ଏଠାରେ କୌଣସି ଦେବାଦେବୀଙ୍କ ମୂର୍ତ୍ତି ନୁହଁ ବରଂ ଏଠାରେ ଏକ କୁଣ୍ଡ ପ୍ରସ୍ତୁତ କରାଯାଇଛି । ଯେଉଁଠାରେ ଏକ ଝୁଲାରେ ଲାଲ୍ କପଡା ଘୋଡା ଯାଇଥିବା ଦେଖିବାକୁ ମିଳିବ । ଶାସ୍ତ୍ର ଅନୁସାରେ ଏହିଠାରେ ମା’ଆଦିଶକ୍ତି (ସତୀ)ଙ୍କ କଚଟି ପଡିଥିଲା l ଏହି ପ୍ରାଚୀନ ମନ୍ଦିର ଗୁଡିକ 1583 ଖ୍ରୀଷ୍ଟାବ୍ଦ ବେଳକୁ ଗଢି ଉଠିଥିଲା l ଆଜି ମଧ୍ୟ କିଛି କିଛି ଧ୍ବଂସାବଶେଷ ରହିଅଛି l କିନ୍ତୁ କେନ୍ଦ୍ର ସରକାରଙ୍କ ତଥା ଏଠାକାର ସରକାରଙ୍କ ହସ୍ତକ୍ଷେପ ପରେ ଏହି ମନ୍ଦିରଗୁଡିକର ପୁନଃରୁଦ୍ଧାର ଘଟିଅଛି l ଆଜି ମଧ୍ୟ ଏହି ପ୍ରୟାଗରାଜ ଗଙ୍ଗା ଅବବାହିକାରେ କୁଢ଼ କୁଢ଼ ଆବର୍ଜନା ଯାହା ଏଠାକାର ପ୍ରାଚୀନ ମନ୍ଦିରଗୁଡିକର କୀର୍ତ୍ତିରାଜିକୁ ନଷ୍ଟ କରିବାକୁ ବସିଲାଣି l

କିନ୍ତୁ ସରକାରଙ୍କ ଯଦି ଲଗାତାର ଉଦ୍ୟମ,ଦୃଢ ମନୋବଳ ଏବଂ ଇଛାଶକ୍ତି ରହିବ ତେବେ ଏହି ପ୍ରାଚୀନ ମନ୍ଦିରଗୁଡିକ ପୁଣି ଥରେ ନୂତନ ଭାବରେ ସଭ୍ୟତାରେ ମୁଣ୍ଡ ଟେକି ଉଠିବ l ମୋ ପିତାଙ୍କ ବରଦାନ ତଥା ଆଶୀର୍ବାଦ ଯୋଗୁଁ ଆଜି ଏହି ମନ୍ଦିରଗୁଡିକୁ ଦେଖିବାର ସୌଭାଗ୍ୟ ଅର୍ଜନ କରିପାରିଅଛି l ତ୍ରିବେଣୀ ଅବବାହିକାରେ ପାଦ ମୋ ଦେଉ ଦେଉ କୁଢ଼ କୁଢ଼ ଆବର୍ଜନା ଜମିବା ପ୍ରାଚୀନ ମନ୍ଦିରର କୀର୍ତ୍ତିକୁ ହଜେଇଲା ଭଳି ମୋତେ ଲାଗିଥିଲା ଯାହା ହୃଦୟକୁ କଷ୍ଟ ମଧ୍ୟ ଦେଇଥିଲା l ଦୁଃଖ ଭି ଲାଗୁଥିଲା ଯେ କେତେ ପୁରାତନ ସଭ୍ୟତା ତଥା ଐତିହାସିକ କିଭଳି କାଳର କରାଳଗତିରେ ଆଜି ହଜିବାକୁ ବସିଲାଣି l ଏଠାକାର ବସବାସ କରୁଥିବା ଆଦିମ ଅଧିବାସୀ ତଥା ମୁନିଋଷି କଣ ଏଠାରେ ନାହାଁନ୍ତି ?

ଅନେକ ବେଳୁ ସନ୍ଧ୍ୟା ସମୟ ଆଗତ ହୋଇ ଆସୁଥାଏ l ମନ୍ଦିର ବେଢାରେ ଭଗବାନଙ୍କୁ ଦର୍ଶନ କରି ତଥା ଗଙ୍ଗା, ଯମୁନା, ସରସ୍ୱତୀଙ୍କ ସହ ଅନ୍ୟାନ୍ୟ ଦେବଦେବୀଙ୍କୁ ଦର୍ଶନ କରି ଆମ ପୂର୍ବପୁରୁଷଙ୍କୁ ଶ୍ରଦ୍ଧା ବାଢି ଆମେ ଫେରି ଯାଇଥିଲୁ l ପ୍ରକୃତପକ୍ଷେ ଏହି ପ୍ରାଚୀନ ମନ୍ଦିରଗୁଡିକ ତଥା ଆଖପାଖ କ୍ଷେତ୍ରଗୁଡିକର ଉଚିତ ରକ୍ଷଣାବେକ୍ଷଣ କରାଯାଏ ତେବେ ପୁନଃ ଏହି ମନ୍ଦିର ସୌଧ ନିଜ ଶୋଭା ବିକଶିତ କରିପାରିବ ଏଥିରେ ଦ୍ବିମତ ନାହିଁ ତତ୍ପଶ୍ଚାତ ଆମେ ଗୋଟିଏ ପ୍ରାଚୀନ ଓଡିଶାର କୀର୍ତ୍ତିରାଜକୁ ଗୌରାବାନ୍ୱିତ କରିପାରିବା ତଥା ସ୍ବପ୍ନ ଆମ ସାକାର ହୋଇପାରିବ ଏଥିରେ ତିଳେ ସନ୍ଦେହ ନାହିଁ l

 କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]