Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ବକେୟା ବିଦ୍ୟୁତ ବିଲ ପୈଠ ମେସେଜ କରି ଲୁଟିନେଲେ ୩୮ ହଜାର

କୋରାପୁଟ, 06 ଅଗଷ୍ଟ 2022 (UTN) | ବିଦ୍ୟୁତ ବିଲ ବାକି ଅଛି । ସନ୍ଧ୍ୟା ସୁଦ୍ଧା ବକେୟା ବିଲ ପୈଠ ନକଲେ ରାତିରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଦିଆଯିବ । ଗତ କିଛିଦିନ ଧରି ଇ-ମେଲ ଓ ୱାଟ୍ସଆପରେ ଅନେକଙ୍କୁ ଏମିତି ଏକ ମେସେଜ ଆସୁଛି । ଖାଲି ସେତିକି ନୁହେଁ ଏହି ମେସେଜ ଠକେଇର ଶିକାର ହୋଇଛନ୍ତି ଜଣେ ସରକାରୀ କର୍ମଚାରୀ l ବିଦ୍ୟୁତ ବିଲ ବାକି ଅଛି । ସନ୍ଧ୍ୟା ସୁଦ୍ଧା ବକେୟା ବିଲ ପୈଠ ନକଲେ ରାତିରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରିଦିଆଯିବ । ଗତ କିଛିଦିନ ଧରି ଇ-ମେଲ ଓ ୱାଟ୍ସଆପରେ ଅନେକଙ୍କୁ ଏମିତି ଏକ ମେସେଜ ଆସୁଛି । ଖାଲି ସେତିକି ନୁହେଁ ଏହି ମେସେଜ ଠକେଇର ଶିକାର ହୋଇଛନ୍ତି ଜଣେ ସରକାରୀ କର୍ମଚାରୀ l
୧ ଟଙ୍କା ରିଚାର୍ଜ କରିବା ପରେ ଆକାଉଣ୍ଟରୁ ଉଭାନ ହୋଇଗଲା ୩୮ ହଜାର ଟଙ୍କାଘଟଣା ମୁତାବକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ରାଜେଶ କୁମାର ନାୟକଙ୍କ ଫୋନକୁ ଏକ ମେସେଜ ଆସିଥିଲା । ଯେଉଁଥିରେ କାର୍ଯ୍ୟାଳୟର ବକେୟା ବିଦ୍ୟୁତ ଶୁଳ୍କ ପୈଠ ନ କଲେ ରାତି ସୁଦ୍ଧା ବିଜୁଳି କାଟିଦିଆଯିବ ବୋଲି ସୂଚନା ଦିଆଯାଇଥିଲା । ବିଦ୍ୟୁତ ସଂଯୋଗ କାଟିଦେଲେ କାର୍ଯ୍ୟରେ ବାଧାପ୍ରାପ୍ତ ହେବା ଆଶଙ୍କା କରି ରାଜେଶ ବିଲ ବାନ୍ଧିବା ପାଇଁ ପ୍ରସ୍ତୁତ ହେଲେ । ମେସେଜରେ ଦିଆଯାଇଥିବା ନମ୍ବରକୁ ଫୋନ କଲେ । ଅପର ପଟୁ ହିନ୍ଦୀ ଭାଷାରେ ନିଜ ଏଟିଏମ୍ କାର୍ଡରୁ ମାତ୍ର ଏକ ଟଙ୍କା ରିଚାର୍ଜ କଲେ ବିଲ ଦେୟର ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ରାଜେଶ ଜଣାଇଛନ୍ତି ।
ଓଡ଼ିଶାରେ ଟାଟା କମ୍ପାନୀ ବିଦ୍ୟୁତ ବିଲ ସଂଗ୍ରହ କରୁଥିବା ଯୋଗୁଁ ତାଙ୍କର କୌଣସି ଅଧିକାରୀ ହିନ୍ଦୀରେ କଥା ହେଉଥାଇ ପାରନ୍ତି ଭାବି ନିଜ ଏଟିଏମ କାର୍ଡରୁ ଏକ ଟଙ୍କା ଉକ୍ତ ନମ୍ବରକୁ ପଠାଇଥିଲେ । ଏହାପରେ ଆଖି ପିଛୁଳାକେ ଆକାଉଣ୍ଟରୁ ସମସ୍ତ 38 ହଜାର ଟଙ୍କା ଗାଏବ ହୋଇଯାଇଥିଲା l ରାଜେଶ ତୁରନ୍ତ କୋରାପୁଟ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟକୁ ଯାଇ ପଚାରିଥିଲେ । କିନ୍ତୁ ସେଠାରୁ କୌଣସି ଫୋନ ଯାଇନଥିବା ଜାଣିବା ପରେ ଠକେଇର ଶିକାର ହୋଇଥିବା ସେ ଜାଣିପାରିଥିଲେ । ରାଜେଶ କହିଛନ୍ତି,” ସାଇବର ଠକ ଜଣକ ଏଟିଏମ କାର୍ଡରୁ ୧ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲା । ଏହାପରେ ୫ ମିନିଟ ମଧ୍ୟରେ ୪ଟି ଇନଷ୍ଟଲ ମେଣ୍ଟରେ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ଉଭାନ ହୋଇଯାଇଥିଲା ।” ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବା ସହ ସାଇବର କ୍ରାଇମ୍ ସେଲର ସହଯୋଗ ଲୋଡ଼ିଛନ୍ତି ରାଜେଶ l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) | 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]