Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ବୋଲବମ ଭକ୍ତଙ୍କୁ ସେବା ଯୋଗାଇଲା କୋରାପୁଟ ସାଂସ୍କୃତିକ ପରିଷଦ

କୋରାପୁଟ, 1 ଅଗଷ୍ଟ 2022 (UTN) | ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ବର ତଥା ବିଭିନ୍ନ ଶୈବ ପୀଠରେ ଶ୍ରାବଣ ମାସ ସୋମବାରରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼ ଜମୁଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରିକି ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରୁ ଅନେକ ଶ୍ରଦ୍ଧାଳୁ ହଜାର ହଜାର ସଂଖ୍ୟାରେ ଆସି ଗୁପ୍ତେଶ୍ବର ଠାରେ ଜଳାଭିଷେକ କରୁଛନ୍ତି । ତେବେ ଏହି ଭକ୍ତଙ୍କୁ କୋରାପୁଟ ସାଂସ୍କୃତିକ ପରିଷଦ ସେବା ଯୋଗାଇଥିବା ଦେଖିବାକୁ ମିଳିଛି l ରେଳ ଓ ବସ ଯୋଗେ କୋରାପୁଟ ସହରରେ ଆସି ପହଞ୍ଚିଛନ୍ତି ଶ୍ରଦ୍ଧାଳୁ । ତେବେ ଦୂର ଦୁରାନ୍ତରୁ ଆସୁଥିବା ଭକ୍ତ ସକାଳେ ଶୌଚ, ନିତ୍ୟକର୍ମ ସାରିବା ସହ ମଧ୍ୟାହ୍ନ ଭୋଜନକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି ।
ବୋଲବମ ଭକ୍ତଙ୍କ ଏହି ଅସୁବିଧା ଦୂର କରିବା ପାଇଁ ଚଳିତ ବର୍ଷ କୋରାପୁଟ ସାଂସ୍କୃତିକ ପରିଷଦ ସହରର ଜନସାଧାରଣଙ୍କ ସହଯୋଗରେ ଭକ୍ତଙ୍କୁ ପରିଷଦରେ ବିନା ଖର୍ଚ୍ଚରେ ନିତ୍ୟକର୍ମ ସାରି ଜଳଖିଆ ଓ ମଧ୍ୟାହ୍ନ ଭୋଜନ କରିବାର ସୁବିଧା ପ୍ରଦାନ କରିଛନ୍ତି l ସୋମବାର ଦିନ ଭକ୍ତମାନେ ମନ୍ଦିରରୁ ଫେରି ଆସିବା ପରେ ବିଶ୍ରାମ ନେବା ସହ ଭୋଜନ କରି ସ୍ବଗୃହକୁ ଫେରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ପରିଷଦର ସହ ସଂପାଦକ ଅତନୁ ପଟ୍ଟନାୟକ ଜଣାଇଛନ୍ତି । ଅପରପକ୍ଷେ ଏପରି ଏକ ନିସ୍ବାର୍ଥପର ସେବା ପାଇଁ ଭକ୍ତ ମାନେ ମଧ୍ୟ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]