Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ପର୍ଯ୍ୟଟକଙ୍କ ଦାବି, ମାଛକୁଣ୍ଡରେ ମିଳୁ ବ୍ରିଟିଶ ଅମଳର ୱିଞ୍ଚ ସେବା

କୋରାପୁଟ,28 ଜୁଲାଇ 2022 (UTN) | ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ ଭାବେ ମାଛକୁଣ୍ଡ ଜଳପ୍ରପାତକୁ ଗଣାଯାଏ । ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଜଳପ୍ରପାତକୁ ଦେଖିବା ପାଇଁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାର ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ମାଛକୁଣ୍ଡ ପାୱାର ହାଉସର ଉପରମୁଣ୍ଡରେ ଥିବା ୱିଞ୍ଚ ହାଉସ ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ଆକର୍ଷଣ ପାଲଟିଥାଏ । ପାୱାର ହାଉସରେ ଲାଗିଥିବା ଏହି ୱିଞ୍ଚ ପାହାଡ଼ର 793 ଫୁଟ ଯାଏ ଲମ୍ବିଛି । 1931 ମସିହା ଇଂରେଜମାନଙ୍କ ସମୟରେ ଏହି ପ୍ରକଳ୍ପଟି ଆରମ୍ଭ ହୋଇଥିଲା l
ଅନକାଡେଲିରୁ ପାୱାର ହାଉସକୁ ଆସିବା ପାଇଁ 20 ଟନ କ୍ଷମତା ଧାରଣ କରିଥିବା ଏହି ୱିଞ୍ଚ ଏକ 800 ମିଟର ଲମ୍ବ ଲୁହାର ଶକ୍ତ ତାରରେ ବନ୍ଧା ହୋଇ ଏକ ରେଳ ଲାଇନ ଯୋଗେ ଯାତାୟାତ କରୁଛି । ପୂର୍ବରୁ ପର୍ଯ୍ୟଟକଙ୍କୁ ଏଥିରେ ବସିବାକୁ ଅନୁମତି ମିଳୁଥିବାବେଳେ, ସୁରକ୍ଷା ଦୃଷ୍ଟିରୁ ସେବା ବନ୍ଦ କରିଦିଆଇଛି। ବର୍ତ୍ତମାନ ୱିଞ୍ଚକୁ ପାୱାର ହାଉସର କାର୍ଯ୍ୟରେ ବ୍ୟବହାର କରାଯାଉଛି l କେବଳ ଏଠାକାର କର୍ମଚାରୀମାନେ ଏଥିରେ ଯିବା ଆସିବା କରୁଛନ୍ତି । ତେବେ ପର୍ଯ୍ୟଟକଙ୍କ ପାଇଁ ପୁନଃ ଏହି ୱିଞ୍ଚ ସେବା ଆରମ୍ଭ ହେଲେ କୋରାପୁଟ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହୋଇପାରନ୍ତା ବୋଲି ପାୱାର ହାଉସ କର୍ମଚାରୀ କହିଛନ୍ତି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) | 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]