Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଛାଡ଼ପତ୍ର

ନେଇଥିଲ ଶପଥ କେବେ ଯିବନି ଛାଡି
ବିବାହ ବେଦୀରେ ନେଇଥିଲ ପ୍ରତିଜ୍ଞା
ଅଗ୍ନିକୁ ତ ସାକ୍ଷୀ ସାତ ଥର ନେଲ ଫେରି
ନରଖିଲ ମାନ କଲ ସବୁ ଅବଜ୍ଞା ll
ଅବୁଝା ମୁହୂର୍ତ୍ତ ପାଲଟିଲ ମୋ ଜୀବନେ
ସବୁ ଦାଉ ହେଲା ଜୀବନେ ମୋ ଅସାର
ଅଯୋଗ୍ୟ ହେଲ ବୁଝିବାକୁ ମୋ ହୃଦ ଭାଷା
କେଡେ କଷ୍ଟ ସାଜିଲା ମୋ ହୃଦୟ ଗାର ll
ଅତୀତ ପ୍ରେମେ ପଡି ହେଲ ତୁମେ ଭାବୁକ
ତୁମ ପ୍ରେମ ମାତ୍ର ଥିଲା ଏକ ଛଳନା
କାହିଁ ଅସରାଏ ଦେଲ ମିଥ୍ୟା ପ୍ରତିଶ୍ରୁତି
ତୁମ ଅତୀତ ମୋ ପାଇଁ ହେଲା ଯନ୍ତ୍ରଣା ll
ମୋ ମନ ଅନ୍ତର ବେଦନା ଯେ ନ ବୁଝିଲ
ଜିଇଁବା ମରିବା ଏଠିଯେ ହେଲା ଏକ
ବାହାଘର ଯେ ଅଟଇ ପବିତ୍ର ବନ୍ଧନ
ତୁମେ ନ ରଖି ପାରିଲଯେ ତାର ଟେକ ll
ଯୋଗ୍ୟ ଥିଲା ଶେଷ ତୁମ ପାଇଁ ଛାଡ଼ପତ୍ର
ସ୍ନେହ ପ୍ରେମ କାହିଁ ତୁମକୁ କି ଯେ ଜଣା
ଖୋଜେ ମୁଁ ଏବେ ଏକ ସ୍ୱଚ୍ଛ ଜୀବନ ସାଥି
ସେଯେ ତୁମ ଭଳି ନ ହେବ ବାଟବଣା ll
      *ତ୍ରିନାଥ ପଟ୍ଟନାୟକ*

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]