Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ବଦଳିବ ପୁରୁଣା କୋରାପୁଟ ଓ ମିଶନ କମ୍ପାଉଣ୍ଡ ରୂପରେଖ, ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲେ ପୌରାଧ୍ୟକ୍ଷ

କୋରାପୁଟ, 14 ଜୁଲାଇ 2022 (UTN) | ବଦଳିବ ପୁରୁଣା କୋରାପୁଟ ଓ ମିଶନ କମ୍ପାଉଣ୍ଡ ରୂପରେଖ, ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲେ  ଆକ୍ସନ ମୁଡ଼ରେ କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ lନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କୋରାପୁଟ ପୌର ପରିଷଦର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି କୋରାପୁଟ ପୌର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ l ବିଭିନ୍ନ ୱାର୍ଡ ବୁଲି ଜନସାଧାରଣଙ୍କ ସୁବିଧା ଅସୁବିଧା ବୁଝିବା ସହ ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ଆଲୋଚନା କରିଛନ୍ତି l
ଆଜି ଶ୍ରୀ ସେଠୀ କୋରାପୁଟ ପୌର ପରିଷଦ ଅନ୍ତର୍ଗତ ପୁରୁଣା କୋରାପୁଟ ଓ ମିଶନ କମ୍ପାଉଣ୍ଡ ସ୍ଥିତି ପରଖିଛନ୍ତି l ଏହି ଦୁଇ ସାହିରେ ଦୀର୍ଘ ଦିନ ହେବ ରାସ୍ତା ଓ ପିଇବା ପାଣି ସମସ୍ୟା ରହିଥିବା ବେଳେ ଏହି ସମସ୍ୟା କିପରି ସମାଧାନ ହେବ ସେ ସମ୍ପର୍କରେ ୱାର୍ଡ ବାସୀଙ୍କ ସହ ଆଲୋଚନା କରିଛନ୍ତି l ସେଠାକାରର ମୂଖ୍ୟ ସମସ୍ୟା ରାସ୍ତା, ପିଇବା ପାଣି ଓ ପରିମଳ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିବା ସହ ଆଗାମୀ ଦିନରେ ଏହି ସମସ୍ୟା ଗୁଡିକର ଯଥା ଶୀଘ୍ର ସମାଧାନ ପାଇଁ ପୂର୍ଣ୍ଣ ଚେଷ୍ଟା ରହିବ ବୋଲି ସେ ୱାର୍ଡ ବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]