Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

କୋଟିଆ ଲୋକମାନେ ବିଜୁ ପକ୍କା ଘର ଯୋଜନାରେ ଅନୁଦାନ ପାଇଲେ

କୋରାପୁଟ, 13 जुलाई 2022 (यू.टी.एन.)। ସୀମାବର୍ତ୍ତୀ ଅଞ୍ଚଳ କୋଟିଆ ଅଧିବାସୀଙ୍କୁ ବିଜୁ ପକ୍କା ଘର ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନା ଅଧିନରେ ପଞ୍ଚାୟତରେ ମୋଟି 170ଟି ଘର ନିର୍ମାଣ ପାଇଁ ଅର୍ଥ ରାଶି ପ୍ରଦାନ କରାଯାଇଥିବା ନେଇ MGNREGSର ଅତିରିକ୍ତ ପ୍ରକଳ୍ପ ଅଧିକାରୀ ସୌମେନ୍ଦୁ କୁମାର ନାୟକ ସୂଚନା ଦେଇଛନ୍ତି। କୋଟିଆ ପଞ୍ଚାୟତର ଦୁର୍ଗମ ଗ୍ରାମ ହରମାଣ୍ଡିଙ୍ଗିରେ ବିଜୁ ପକ୍କା ଘର ଯୋଜନାରେ କ୍ଲଷ୍ଟର ଗୃହ ନିର୍ମାଣ କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।
ଏହି କ୍ରମରେ ଗ୍ରାମର ସମସ୍ତ ଲୋକ ପୁରୁଣା ଘର ଭାଙ୍ଗି କାର୍ଯ୍ୟ ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ବର୍ତ୍ତମାନ ହରମାଣ୍ଡିଙ୍ଗିରେ 20ଜଣଙ୍କ ଘର କାମ ଦୃତ ଗତିରେ ଆଗେଇ ଚାଲିଥିବା ବେଳେ ଖୁବଶୀଘ୍ର ଅନ୍ୟ 14 ଜଣଙ୍କ ଘରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ହରମାଣ୍ଡିଙ୍ଗିର ୱାର୍ଡ ମେମ୍ବର ମଞ୍ଜୁ ହିମରିକା କହିଛନ୍ତି । ତେବେ ସରକାରଙ୍କ ଘର ନିର୍ମାଣ ଯୋଜନାରେ ଅର୍ଥ ମିଳିବାରେ ବିଳମ୍ବ ହେଉଥିବା ଯୋଗୁଁ ଲୋକେ ଅଧାରୁ ଘର କରିବା ଛାଡ଼ିଦେଇଥିବା ଅଭିଯୋଗ କରିଛନ୍ତି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]