Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ପ୍ରାକ୍ତନ ଜୟପୁର ଶିକ୍ଷା ମଣ୍ଡଳାଧୀଶ ସ୍ବର୍ଗତ ବାଲ୍ମୀକି ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

କୋରାପୁଟ,11 ଜୁଲାଇ 2022 (UTN) |  କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ସିଟି ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ପ୍ରାକ୍ତନ ଜୟପୁର ଶିକ୍ଷା ମଣ୍ଡଳାଧୀଶ ସ୍ୱର୍ଗତ ବାଲ୍ମୀକି ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ପଞ୍ଚାନନ ଗୌଡ଼,ନିଳାଞ୍ଚଳ ପ୍ରଧାନ,ଶ୍ରୀନାଥ ମିଶ୍ର ଏବଂ ସୁରେନ୍ଦ୍ର ପଟ୍ଟନାୟକ ଯୋଗଦାନ କରି ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିଚରଣ କରିବା ସହିତ କୋରାପୁଟ ଜିଲ୍ଲାର ଶିକ୍ଷା,କ୍ରୀଡା, ସ୍କାଉଟ ଗାଇଡ ଓ ଜୁନିୟର ରେଡ଼କ୍ରସର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ପ୍ରକାଶ ଥାଉକି  ସ୍ବର୍ଗତ ବାଲ୍ମୀକି ପ୍ରଧାନ ୧୯୯୬ ମସିହା ଅଗଷ୍ଟ ମାସ ୧୬ ତାରିଖରୁ ୨୦୦୧ ମସିହା ଅଗଷ୍ଟ ମାସ ୨୫ ତାରିଖ ପର୍ଯ୍ୟନ୍ତ ଜୟପୁର ଶିକ୍ଷାମଣ୍ଡଳର ଶିକ୍ଷା ମଣ୍ଡଳାଧୀଶ ଭାବେ ଦାୟିତ୍ବ ନିର୍ବାହକରି ଜୟପୁର ଶିକ୍ଷାମଣ୍ଡଳକୁ ରାଜ୍ୟ ସ୍ତରରେ  ପରିଚିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
୧୯୫୨ ମସିହା ଜୁନ ୩୦ ତାରିଖରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଗୋଠଗାଁଠାରେ ଜନ୍ମିତ ଶ୍ରୀଯୁକ୍ତ ପ୍ରଧାନ ୨୦୨୨ ମସିହା ଜୁଲାଇ ମାସ ୫ ତାରିଖରେ ସ୍ଵର୍ଗାରୋହଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯଜ୍ଞେଶ୍ବର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ଆମନ୍ତ୍ରଣ କରିଥିଲେ। ପରେ ପରେ  ସ୍ବର୍ଗତ ପ୍ରଧାନଙ୍କ ତୈଳ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଶ୍ରୀଯୁକ୍ତ ଚନ୍ଦ୍ରଧ୍ଵଜ ତ୍ରିପାଠୀ,  କୈଳାସ ଚନ୍ଦ୍ର ପଣ୍ଡା,ଓଁପ୍ରକାଶ ମିଶ୍ର,ସୁଶାନ୍ତ କୁମାର ଖୁଣ୍ଟିଆ,ରାମକୃଷ୍ଣ ସାବତ,ପ୍ରତାପ କୁମାର ପଟ୍ଟନାୟକ,ପ୍ରତାପ କୁମାର ମନ୍ତ୍ରୀ,ଦେବେନ୍ଦ୍ର କୁମାର ବୈଦ୍ୟ, ବିଜୟ କୁମାର ଭଟ,ଶଶୀ ପଟନାୟକ,ବିନୋଦ କୁମାର ପଟ୍ଟନାୟକ,ଅରବିନ୍ଦ ମହାପାତ୍ର ପ୍ରମୁଖ  ସ୍ବର୍ଗତ ପ୍ରଧାନଙ୍କର ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଭାତ କୁମାର ରଥ, ଦିଲୀପ କୁମାର ପଣ୍ଡା, ବି.ନଳିନୀ କୁମାର ପାତ୍ର,ବିଶ୍ୱ ରଞ୍ଜନ ଗୌଡ଼, ରାମଚନ୍ଦ୍ର ପାଳ,ବାସୁଦେବ ସେନାପତି, ଆର.ଦିବାକର ରାଓ,ସୁନିଲ କୁମାର ପାଢୀ, ଆନନ୍ଦ କୁମାର ସାହୁ,ପ୍ରଭାକର ଜେନା,ଗୋୖରୀ ଶଙ୍କର ସାମନ୍ତରାୟ,ସିଦ୍ଧାର୍ଥ ଶଙ୍କର ଗନ୍ତାୟତ,ପ୍ରଦୀପ କୁମାର ସାହୁ,ଯାଦବ କୁମାର ପଟନାୟକ,ଆଶିଷ କୁମାର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ।
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]