Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ହେରା ପଞ୍ଚମୀ

ଆଜି ପରା ଦିବସ ହେରା ପଞ୍ଚମୀ
    ହେଲେଣି ମାଁ ଲକ୍ଷ୍ମୀ ଅଭିମାନୀ
କୁହନ୍ତି ହୋଇ କ୍ରନ୍ଦନ ଦୁଃଖ ମନେ
     ଜଗା ଠାକୁରଙ୍କୁ ହୃଦେ ମଣି ll
ଭାଙ୍ଗିବେ ଆଜି ମାଁ ଲକ୍ଷ୍ମୀ ଠାକୁରାଣୀ
     ଜଗନ୍ନାଥ ଠାକୁରଙ୍କ ଗେଲ
ଭାଈ ଭଉଣୀଙ୍କୁ କଲ ଯେ ନିଜର
      ଅର୍ଦ୍ଧାଙ୍ଗିନୀକୁ ଯେ ଭୁଲିଗଲ ll
କହିଥିଲ ପ୍ରଭୂ ଆସିଯିବ ବେଗେ
    ବେଶୀ ଦିନ ଯେ ରହିବ ନାହିଁ
ମୁଁ ଯେବେହେଁ ଆସିଛି ଡ଼ାକିବା ପାଇଁ
     ଦୁଆର ଖୋଲିଲ ନାହିଁ କାହିଁ ll
ରୋଷରେ ବୋଳିଲେ ଲକ୍ଷ୍ମୀ ଠାକୁରାଣୀ
     ନ ଆସିବ ଯଦି ହେଁ ବାହାରେ
କବାଟ ନ ଖୋଲିବି ମୁଁ ଭି ଦେଖିବ
     ଯେବେହେଁ ଆସିବ ମୋ ଦୁଆରେ ll
କି ପାପ କଲି ମୁଁ କାହିଁ ଏକା କଲ
    ମୋତେ ସାଥେ ତୁମେ ଯେ ନ ନେଲ
ଇଚ୍ଛା ଥିଲାଏଁ ଯିବାକୁ ତୁମ ସାଥେ
      ମୋ ବିନା କିପାଇଁ ଏକା ଗଲ ll
(ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]