Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ସହରର ବଡ଼ଦାଣ୍ଡରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କଲେ ଆରମ୍ଭ

କୋରାପୁଟ,02 ଜୁଲାଇ 2022 (UTN) |  ଜୟ ଜଗନ୍ନାଥ ଧ୍ୱନିରେ ଭାବବିହ୍ଵଳ ଶାବର ଶ୍ରୀକ୍ଷେତ୍ର  ବଡ଼ଦାଣ୍ଡ l ପରମ୍ପରା ଅନୁଯାୟୀ ଆଦିବାସୀ କଲେ ଛେରାପହଁରା l କୋରାପୁଟ ଶାବର ଶ୍ରୀକ୍ଷେତ୍ରର ରଥଯାତ୍ରା 50 ବର୍ଷ ଫୁର୍ତ୍ତି ବଡଦାଣ୍ଡରେ  2 ବର୍ଷ ପରେ ଆଜି ପବିତ୍ର ଘୋଷଯାତ୍ରାରେ ଆଜି ଚତୁର୍ଦ୍ଧାମୂର୍ତ୍ତି l ବଡଦାଣ୍ଡରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରି ଭାବବିହ୍ଵଳ ହୋଇପଡିଛନ୍ତି ହଜାର ହଜାର ଭକ୍ତ l ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ଵ ମିଳନ l ରଥଯାତ୍ରାରେ ଦୁଇ ବର୍ଷ ଧରି ଖାଲି ପଡିଥିବା କୋରାପୁଟର ରାଜରାସ୍ତାର ବଡଦାଣ୍ଡ ପୁଣିଥରେ ଜୟ ଜଗନ୍ନାଥ ଧ୍ୱନିରେ ବାଜ ବାଜଣା ହୁଳହୁଳିରେ ପ୍ରକମ୍ପିତ ହେଉଅଛି l ରତ୍ନ ସିଂହାସନରେ ଦର୍ଶନ ଦେଉଥିବା ମହାପ୍ରଭୂ ରଥ ଉପରେ ଦର୍ଶନ ଦେଉଛନ୍ତି l ପାଖରୀ ଦର୍ଶନ କରି କାଳିଆ ସାଆନ୍ତଙ୍କୁ ସ୍ପର୍ଶ କରିବାକୁ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥିଲା l ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l

 

ଏପଟେ ନିର୍ଦ୍ଧାରିତ ସମୟରେ ଧାଡି ପହଣ୍ଡିରେ ଚତୁର୍ଦ୍ଧାମୁର୍ତ୍ତି ଆସି ରଥାରୁଢ଼ ହୋଇଥିଲେ l ପରମ୍ପରା ଅନୁଯାୟୀ ଶାବର ଶ୍ରୀକ୍ଷେତ୍ର କୋରାପୁଟଠାରେ ପହଣ୍ଡି ପରେ ତିନି ରଥରେ ରଥାରୁଢ଼ ହେଲେ ଚତୁର୍ଦ୍ଧାମୁର୍ତ୍ତି l ତିନୋଟି ରଥରେ ତିନି ଆଦିବାସୀ ଗାଁ ମୁଖିଆ କଲେ ଛେରାପହଁରା l ଜଗନ୍ନାଥଙ୍କ ରଥରେ ରଙ୍ଗବାଲି କୁମ୍ଭାର ଦାସୀ ନାୟକ, ସୁଭଦ୍ରାଙ୍କ ରଥରେ ଲକ୍ଷ୍ମୀପୁର ବ୍ଲକର ଖଜୁରୀପୁଟ ଗ୍ରାମର ସାଧୁ ସାଉଁଟା ଏବଂ ବଳଭଦ୍ରଙ୍କ ରଥରେ କୋଟିଆର ତାନୁ ତାଡିଙ୍ଗି ଛେରାପହଁରା କରିଥିବା ବେଳେ ଯାତ୍ରା ସୁରୁଖୁରୁରେ ସମାପନ ହୋଇଅଛି l

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) | 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]