Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ରାତି ପାହିଲେ ଘୋଷଯାତ୍ରା, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥ ପ୍ରସ୍ତୁତ

କୋରାପୁଟ,30 ଜୁନ୍ 2022 (UTN) | ରାତି ପାହିଲେ ଶ୍ରୀଗୁଣ୍ଡିଚା ଯାତ୍ରା । ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ରଥ ପଥ, ଭକ୍ତ ଓ ଜଗନ୍ନାଥ ପ୍ରସ୍ତୁତ ହୋଇସାରିଛନ୍ତି । ଚଳିତ ବର୍ଷ ଦ୍ଵିତୀୟ ଥର ପାଇଁ ତିନୋଟି ରଥର ବ୍ୟବସ୍ଥା କରାଯାଇଥିବାବେଳେ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିବା ମହିଳା ଭକ୍ତଙ୍କୁ ଉତ୍ସାହ ପ୍ରଦାନ କରିବା ବିଶେଷ ଆକର୍ଷଣ ସୃଷ୍ଟି କରିଛି l ପ୍ରସ୍ତୁତପ୍ରତ୍ୟେକ ରଥରେ ୯ ଟି ଲେଖାଏଁ ପାର୍ଶ୍ଵ ଦେବତା ରହିଛନ୍ତି । ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ମନ୍ଦିରରୁ ସମସ୍ତ ପାର୍ଶ୍ଵ ଦେବୀ, ଦେବତାଙ୍କୁ ସାଥିରେ ନେଇ ଭକ୍ତଙ୍କ ପାଖକୁ ଆସିବାର ପରମ୍ପରା ରହିଛି ।

 

ଆଜି ପରମ୍ପରା ଅନୁଯାୟୀ ପ୍ରଭୁ ନୃସିଂହ ଶ୍ରୀ ମନ୍ଦିରରୁ ରଥ ଖଳାକୁ ଆସି ତିନୋଟି ରଥକୁ ପରଖି ଫେରିଛନ୍ତି । ରଥ ଗୁଡ଼ିକର ପ୍ରତିଷ୍ଠା ଉତ୍ସବ ମଧ୍ୟ ସମ୍ପନ୍ନ ହୋଇଯାଇଛି । ଆସନ୍ତାକାଲି ସକାଳେ ମା’ ବିମଳାଙ୍କ ଆଜ୍ଞାମାଳ ଆସିବା ପରେ ତିନି ଠାକୁରଙ୍କ ପହଣ୍ଡି  କରାଯିବ l

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) | 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]