Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

*କାଳିଆର ରଥଯାତ୍ରା*

*କାଳିଆର ରଥଯାତ୍ରା*

ବରଷକେ ଥରେ ପଡେ ରଥଯାତ୍ରା
    ବଡ଼ ଦିଅଁଙ୍କ ଅଟେ ବଡ଼ ପର୍ବ
ଆଷାଢ଼ ମାସେ ହୁଏ ପବିତ୍ର ଯାତ
    ଖୁସି ହୁଅନ୍ତି ମର୍ତ୍ତ୍ୟ ପ୍ରାଣୀସର୍ବ ll
ତାଳଧ୍ୱଜ ରଥେ ବିଜେ ଜ୍ୟେଷ୍ଠ ଭାଈ
     ଦର୍ଶନ ଦେବେ ବଡ଼ ଦାଣ୍ଡେ ଆସି
ମଧ୍ୟମେ ବିରାଜି ଭଗିନୀ ସୁଭଦ୍ରା
      ଦୃଶ୍ୟ ଦେବଦଳନ ରଥେ ବସି ll
ଭାଈ ଭଉଣୀଙ୍କ ସାଥିଏଁ ଆସିବେ
   ମାଉସୀ ଘରକୁ ଭ୍ରମଣ ପାଇଁ
ଲକ୍ଷ୍ମୀ ମାତା ଅପେକ୍ଷା ତୁମ୍ଭ ସ୍ବାଗତ
     କହନ୍ତି କେବେ ଆସିବେ ମୋ ସାଇଁ ll
ଭକ୍ତ ଜନଙ୍କ ତୁମ୍ଭେ ଦୁଃଖ ହରିବ
      ଶ୍ରୀ ଗୁଣ୍ଡିଚା କ୍ଷେତ୍ରେ ଉଭା ହେବ
କରୁଣା ତୁମ୍ଭ ରଖ ଭକ୍ତଙ୍କ ପାଶେ
      ଭକ୍ତଙ୍କୁ ନ ହେଉ କେବେ ଅଭାବ ll
ହେ କାଳିଆ ଠାକୁର ହେ ପରଂବ୍ରହ୍ମ
     ଏହି ସେବକକୁ ସୌଭାଗ୍ୟ ଦିଅ
ତଵ ଶ୍ରୀଚରଣେ କରେ ପ୍ରଣିପାତ
     ସଂସାର ଦୁଃଖ ଦୂର କରି ନିଅ ll
*ତ୍ରିନାଥ ପଟ୍ଟନାୟକ*
    ( *ଅଧ୍ୟାପକ ତଥା କବି*)
  *ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର*
 *ପୋ:ଜିଲ୍ଲା- କୋରାପୁଟ*

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]