Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

କୋରାପୁଟ ପାଇଁ ଗୌରବ ଆଣିଲେ ନାଗରାଜୁ

କୋରାପୁଟ, 29 ଜୁନ୍ 2022 (UTN) | କୋରାପୁଟ ପାଇଁ ଗୌରବ ଆଣିଛନ୍ତି ଭାଣ୍ଡି ସାହିର କେ. ନାଗରାଜୁ l କୋରାପୁଟ ଜିଲ୍ଲାର ପ୍ରଥମ ଆଇ. ଏଫ. ଏସ ହୋଇଛନ୍ତି କେ. ବାଳକୃଷ୍ଣ ରାଓ ଓ କେ. ରୁକ୍ମଣୀ ଦେବୀଙ୍କ ପୁଅ ନାଗରାଜୁ l ଆଜି ୟୁପିଏସସିର ପ୍ରକାଶିତ ଫଳରେ ସେ ସର୍ବଭାରତୀୟ ସ୍ତରରେ 40 ନମ୍ବର ରେଙ୍କ ରଖିଛନ୍ତି l ସେ ଖଡ଼ଗପୁର ଆଇଆଇଟିରୁ ଇଂଜିନିୟରିଂ କରିଥିବା ବେଳେ ବମ୍ବେରେ ଏକ ସଫ୍ଟୱରେ କମ୍ପାନୀରେ ଚାକିରୀ କରୁଥିଲେ l ନାଗରାଜୁ 5 ବର୍ଷ ହେବ ସିଭିଲ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ 3 ବର୍ଷ ହେବ ଚାକିରୀ ଛାଡି ଜୋରସୋରରେ ଲାଗି ପଡ଼ିଥିଲେ l ଗତ 5 ବର୍ଷରେ ସେ 4ଥର ପ୍ରିଲିମିନାରୀ ପାସ କରିଥିବା ବେଳେ ୨ ଥର ମେନ୍ ଓ ଇଣ୍ଟରଭ୍ୟୁ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ l
ଗତବର୍ଷ ସେ 24 ମାର୍କ ପାଇଁ ଅକୃତ କାର୍ଯ୍ୟ ହୋଇଥିବା ବେଳେ ଚଳିତ ବର୍ଷ 40 ନମ୍ବର ରେଙ୍କ ରଖି ସର୍ବଭାରତୀୟ ସ୍ତରରେ କୋରାପୁଟର ନାଁକୁ ଉଚ୍ଚା ରଖିପାରିଛନ୍ତି l ସେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟରୁ 2007 ରେ 10ମ ଶ୍ରେଣୀ ପାସ କରିବା ପରେ ବିଶାଖାପାଟଣାସ୍ଥିତ ଶ୍ରୀ ଚୈତନ୍ୟ କଲେଜରୁ 2009 ରେ ଯୁକ୍ତ ଦୁଇ ବିଜ୍ଞାନରେ କୃତକାର୍ଯ୍ୟ ହୋଇଥିଲେ l ଏହାପରେ ସେ ଆଇଆଇଟି ଖଡ଼ଗପୁରରେ ଯୋଗ ଦେଇଥିଲେ l 2010 ରୁ 2014 ଯାଏ ସେ ଖଡ଼ଗପୁର ଆଇଆଇଟିରେ ଶିକ୍ଷା ଗ୍ରହଣ କରିବା ପରେ ବମ୍ବେରେ ଏକ ପ୍ରତିଷ୍ଠିତ ସଫ୍ଟୱରେ କମ୍ପାନୀରେ ଚାକିରୀ କରିଥିଲେ l ତେବେ ସେ ଚାକିରୀ ସମୟରେ ୟୁପିଏସସି ଦେବେ ବୋଲି ମନସ୍ତ କରିଥିଲେ l ଏହାପରେ ଚାକିରୀ ଛାଡି ୟୁପିଏସସି ପରୀକ୍ଷା ପାଇଁ ପଢାପଢି ଆରମ୍ଭ କରିଥିଲେ l
ବାପା ବାଳକୃଷ୍ଣ ପେଷାରେ ଜଣେ ଆଇନଜୀବି ସହ କୋରାପୁଟର ଆରାଧ୍ୟଦେବୀ ମାଁ ମୁତ୍ୟାଲୁମାଁଙ୍କର ପୂଜକ ମାଁ ରୁକ୍ମଣୀ ଜଣେ ଗୃହିଣୀ ଅଟନ୍ତି l ନାଗରାଜୁ ପିଲାଟି ଦିନରୁ ଜଣେ ମେଧାଵୀ ଛାତ୍ର ରହିଥିଲେ l 2021 ଅକ୍ଟୋବର 10 ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ ନାଗରାଜୁ l ପୂର୍ବ ଦୁଇ ବର୍ଷ ସେ ମେନ୍ ଓ ଇଣ୍ଟରଭ୍ୟୁ ଦେଇଥିବା ବେଳେ ଚଳିତ ବର୍ଷ ସେ ନିଶ୍ଚୟ ସଫଳ ହେବେ ବୋଲି ଆଶା କରିଥିଲେ l ଆଜି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ 40 ତମ ରେଙ୍କ ରଖିଥିବା ଜାଣିବାକୁ ପାଇଥିଲେ l ସେ ଗଣିତ ଓ ଫରେଷ୍ଟ୍ରି ଅପସନାଲ୍ ରଖି ପରୀକ୍ଷା ଦେଇଥିବା ବେଳେ 27 ମାର୍ଚ୍ଚରେ ମେନ୍ ଓ 23 ଜୁନ୍ ରେ ଇଣ୍ଟରଭ୍ୟୁ ହୋଇଥିଲା l ତେବେ କୋରାପୁଟ ନାଗରାଜୁଙ୍କ ମାଧ୍ୟମରେ ପାଇଛି ପ୍ରଥମ ଆଇଏଫଏସ l ଏହାକୁ ନେଇ ଜିଲ୍ଲାରେ ଖୁସି ଦେଖିବାକୁ ମିଳିଅଛି l ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭି ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]