Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ସାହିତ୍ୟ ସମ୍ରାଟ ବିକ୍ରମ ଦେବ ବର୍ମାଙ୍କ ଜୟନ୍ତୀ ପାଳିତ

କୋରାପୁଟ, 28 ଜୁନ୍ 2022 (UTN) | ସ୍ଥାନୀୟ ହୋଟେଲ ମଧୁମତୀ ସଭାକକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ, ଜୟପୁର ସାହିତ୍ୟ ପରିଷଦ ଓ ଜିଲ୍ଲା ସଂସ୍କୃତି ବିଭାଗ, କୋରାପୁଟ ତରଫରୁ ସାହିତ୍ୟ ସମ୍ରାଟ ବିକ୍ରମ ଦେବ ବର୍ମାଙ୍କ ୧୫୪ ତମ ଜୟନ୍ତୀ* ପାଳିତ ହୋଇଯାଇଛି। ଜୟପୁର ସାହିତ୍ୟ ପରିଷଦର ସଭାପତି ତଥା ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ଲକ୍ଷ୍ମୀ କାନ୍ତ ପାଢିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ,ଜୟପୁର ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି ,ମୁଖ୍ୟ ବକ୍ତା ଭାବେ  ବିଶିଷ୍ଟ ସାହିତ୍ୟିକ ଡ.ପ୍ରଦୀପ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଡ.ସୁରେଶ ଦାଶ ଏବଂ ଅନ୍ୟତମ ସମ୍ମାନିତ  ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ପ୍ରୀତିସୁଧା ଜେନା ଯୋଗଦାନ କରି ସାହିତ୍ୟ ସମ୍ରାଟ ବିକ୍ରମ ଦେବ ବର୍ମାଙ୍କ  ଜୀବନୀ,ସାରସ୍ୱତ ସୃଷ୍ଟି ସମ୍ଭାର,ତାଙ୍କର ଜନ ହିତକର କାର୍ଯ୍ୟକ୍ରମ ।

ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯଜ୍ଞେଶ୍ବର ପଣ୍ଡା ସ୍ୱାଗତ ଭାଷଣ  ଓ ଅତିଥି ଆମନ୍ତ୍ରଣ କରିଥିବା ବେଳେ ଛାତ୍ରୀ ମାନଙ୍କଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ଗାନ କରାଯାଇଥିଲା । ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁ କାହ୍ନୁ ଚରଣ ପ୍ରଧାନ   ଭଜନ ପରିବେଷଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରେମାନନ୍ଦ ଦାଶଙ୍କୁ ସମ୍ମାନ ଜନକ ସାହିତ୍ୟ ସମ୍ରାଟ ବିକ୍ରମ ଦେବ ସମ୍ମାନ  ଏବଂ ସୁସାହିତ୍ୟିକା ଡ.ପ୍ରୀତିଧାରା ସାମଲଙ୍କୁ ଜୟପୁର ସାହିତ୍ୟ ପରିଷଦ ସମ୍ମାନ ପ୍ରଦାନ କରାଯାଇଥିଲା । ଅଶୋକ କୁମାର ପୋଲେଇ ଧନ୍ୟବାଦ ଅର୍ପଣ କରିଥିବା   ବେଳେ ନବକୃଷ୍ଣ ରଥ, ପ୍ରମୋଦ କୁମାର ରାଉଳ,ସୁଧାଂଶୁ ଶେଖର ପଟ୍ଟନାୟକ,କବିତା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ମହିମା ମଣ୍ଡିତ କରିଥିବା ସହିତ୍ୟାନୁରାଗୀ ବୃନ୍ଦ ହେଲେ ଶ୍ରୀଯୁକ୍ତ ନଳିନୀ ରଞ୍ଜନ ମିଶ୍ର, ମଦନମୋହନ ନାୟକ,ଡ.ଯୁଗଳ କିଶୋର ମିଶ୍ର, ଡ.ରାଜେନ୍ଦ୍ର ପାଢ଼ୀ, ଡ.ରବି ଶତପଥୀ, ଡ.ମନୋରଞ୍ଜନ ପ୍ରଧାନ,ପ୍ରକାଶ କୁମାର ନାୟକ,ତେଜେଶ୍ୱର ପଣ୍ଡା, ଜାନକୀ ପାଣିଗ୍ରାହୀ, ନିରଞ୍ଜନ ପାଣିଗ୍ରାହୀ, କିଶୋର ଚନ୍ଦ୍ର ପଣ୍ଡା, କମଳ କୁମାରୀ ଦାଶ,ଡ.ଗଙ୍ଗାଧର ନନ୍ଦ, ଗୋପାଳ ସାମନ୍ତରାୟ,ପ୍ରକାଶ ମହାନନ୍ଦିଆ, ବିନୋଦିନୀ ସନ୍ତ୍ରାପାତ୍ର,ପ୍ରପର୍ଣ୍ଣି ପାଣିଗ୍ରାହୀ, ବିଜୟ ପ୍ରଧାନ, ପରମେଶ୍ବର ପାତ୍ର, ରାମକୃଷ୍ଣ ସାହୁ,ସୁରେନ୍ଦ୍ର ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ମୀନକେତନ ଦାଶ, ସବିତା ତ୍ରିପାଠୀ, ରୀତାଞ୍ଜଳି ଡାକୁଆ, ସାବିତ୍ରୀ ବେହେରା,ସୁଜୟ କୁମାର ପ୍ରଧାନ, ଅନସୂୟା ସାମନ୍ତରାୟ,ଉଦୟ ଶଙ୍କର ଜାନୀ ପ୍ରମୁଖଗଣ।

  କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]