Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ବିରୋଧ ଦିବସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦଯାତ୍ରା ଓ ଦକ୍ଷତା ବୃଦ୍ଧି କେନ୍ଦ୍ରରେ ବୈଠକ ଅନୁଷ୍ଠିତ

କୋରାପୁଟ, 26 ଜୁନ୍ 2022 (UTN) | ନିଶା ଦ୍ରବ୍ୟ ସେବନକୁ ବିରୋଧ କରି କୋରାପୁଟ ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ବିରୋଧ ଦିବସ ପାଳନ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଭିନ୍ନକ୍ଷମ ବିଭାଗ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଅବକାରୀ ବିଭାଗର ଶ୍ରୀ ମାନସ କୁମାର ସେଠୀ ପତାକା ଦେଖାଇ କାର୍ଯ୍ୟକ୍ରମଟିକୁ ଶୁଭାରମ୍ଭ କରିଥିଲେ l
ପରବର୍ତ୍ତୀ ସମୟରେ ଦକ୍ଷତା ବିକାଶ କେନ୍ଦ୍ର ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଭିନ୍ନକ୍ଷମ ବିଭାଗର ଅଧିକାରୀ ସିମାଞ୍ଚଳ ମହାପାତ୍ର, ଅବକାରୀ ବିଭାଗର ଶ୍ରୀ ମାନସ ସେଠୀ ଉପସ୍ଥିତ ଥିଲେ l ସମସ୍ତ ବିଭାଗର ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶପଥ ପାଠ କରାଯାଇଥିଲା l ଆଗାମୀ ଭବିଷ୍ୟତରେ କୌଣସି ନିଶା ଦ୍ରବ୍ୟ ସେବନ ନ କରିବା ସହ ଅନ୍ୟମାନଙ୍କୁ ପାଳନ କରିବା ପାଇଁ ଫ୍ଲାଗ କାର୍ଡ ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]