Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

କୋରାପୁଟ ସହର ସ୍ଥିତ ଘରୋଇ ହୋଟେଲରେ ଆଇନଜୀବିଙ୍କୁ ମରଣାତ୍ମକ ଆକ୍ରମଣ ମାମଲା

କୋରାପୁଟ, 26 ଜୁନ୍ 2022 (UTN) | ଗତକାଲି ବିଳମ୍ବିତ ରାତିରେ କୋରାପୁଟ  ସହରସ୍ଥିତ ଘରୋଇ ହୋଟେଲରେ ପୂଜାରୀପୁଟର ଆଇନଜୀବି ଶ୍ରୀ ମୋତି ରଞ୍ଜନ ବେହେରା ମରଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି l ଏକ ଲୁହା ରଡ଼ରେ ଘରୋଇ ହୋଟେଲର ମାଲିକ ନିରଞ୍ଜନ ସାମନ୍ତରାୟ ତାଙ୍କୁ ଆକ୍ରମଣ କରିଥିବା  ସେ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ କେସ ନ.177/22 ରେ ମାମଲା ରୁଜୁ କରି ଧାରା 307 ରେ ତଦନ୍ତ ଚାଲିଥିବା ଟାଉନ ଥାନା ଆଇଆଇସି ଶ୍ରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଅଛନ୍ତି l ଆକ୍ରମଣ କରିଥିବା ହୋଟେଲ ମାଲିକ ନିରଞ୍ଜନ ସାମନ୍ତରାୟ ଫେରାର ଥିବା ସେ କହିଛନ୍ତି l
ସୂଚନା ଅନୁଯାୟୀ ସମ୍ପୃକ୍ତ ହୋଟେଲରେ ଗତ ବିଳମ୍ବିତ ରାତିରେ ଏକ ଅବସରକାଳୀନ ପ୍ରୀତିଭୋଜନ ଥିଲା l ଭୋଜିରେ ଆଇନଜୀବି ଶ୍ରୀ ବେହେରା ଉପସ୍ଥିତ ଥିଲେ ଓ ଭୋଜି ପରେ ହୋଟେଲ ମାଲିକ କୌଣସି କାରଣବଶତଃ ଏକ ଲୁହା ରଡରେ ଶ୍ରୀ ବେହେରାଙ୍କୁ ଆକ୍ରମଣ କରିଥିଲା l ଆକ୍ରମଣରେ ଶ୍ରୀ ବେହେରାଙ୍କ ମୁଣ୍ଡ ଫାଟି ଯାଇଥିଲା ଏବଂ ପ୍ରବଳ ରକ୍ତଶ୍ରାବ ହୋଇଥିଲା l ସଙ୍ଗେ ସଙ୍ଗେ ବେହେରାଙ୍କୁ ଚିକିତ୍ସା ପାଇଁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ  ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ଆଜି ଏ ସଂକ୍ରାନ୍ତରେ ଶ୍ରୀ ବେହେରା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ପୂର୍ବରୁ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ପୋଲିସ ସନ୍ଦେହ କରିଅଛି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]