Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

କୋରାପୁଟ ବଜାରରେ ମହକିଲା କଞ୍ଚାକାଜୁ

କୋରାପୁଟ, 25 ଜୁନ୍ 2022 (UTN) | ପ୍ରକୃତି ପରିବେଶରେ ଭରା କୋରାପୁଟ । ଜଙ୍ଗଲଜାତ ଦ୍ରବ୍ୟ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ବେଶ ଚାହିଦା ରହିଛି । ବାଉଁଶ କରଡି, ବିଭିନ୍ନ ପ୍ରକାର ଛତୁ, କଫି, କାଜୁ ଭଳି ଅନେକ ପ୍ରାକୃତିକ ଜିନିଷ ଲୋକଙ୍କୁ କୋରାପୁଟ ପ୍ରତି ଆକୃଷ୍ଟ କରେ । ତେବେ ବର୍ତ୍ତମାନ ବଜାରରେ କାଜୁ ପସରା ମେଲିଛି । ଆଦିବାସୀ ମହିଳା ଓ ପୁରୁଷ ଜଙ୍ଗଲକୁ ଯାଇ କଞ୍ଚାକାଜୁ ସଂଗ୍ରହ ପରେ ବିକ୍ରି କରି ଦୁଇ ପାଇସା ରୋଜଗାର କରି ପାରୁଛନ୍ତି l କଞ୍ଚାକାଜୁପ୍ରଥମେ ଜଙ୍ଗଲରେ ଉପଯୁକ୍ତ ମଞ୍ଜି ଥିବା କାଜୁ ଚିହ୍ନଟ କରି ତାକୁ ସଂଗ୍ରହ କରିଥାନ୍ତି ।
ଏହାପରେ ତାର ଚୋପା ଛଡ଼ାଇ ତାକୁ ବିକ୍ରି କରିଥାନ୍ତି । ତେବେ ଗ୍ଲାସ ପିଛା ୨୦ ଟଙ୍କା ଓ କିଲୋକୁ 400-500 ଟଙ୍କାରେ ବିକ୍ରି କରୁଥିବା ଲୋକେ କହିଛନ୍ତି । କଞ୍ଚା କାଜୁର ତାହିଦା ବେଶ ଅଧିକ ଥିବାବେଳେ ବର୍ଷର କେବଳ ଗ୍ରୀଷ୍ମର ଶେଷ ଭାଗ ଓ ଆଷାଢ଼ର ଆଦ୍ୟ ଭାଗରେ ଏହା ମିଳିଥାଏ । କଞ୍ଚା କାଜୁରେ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ତେଣୁ ଏହାକୁ ବିକ୍ରି କରି ଆଦିବାସୀ ଲୋକେ ବେଶ ଲାଭବାନ ହୋଇପାରୁଛନ୍ତି l
କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]