Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

କୋଟିଆ ଗସ୍ତରେ ଅତିରିକ୍ତ ଶାସନ ସଚିବ : ଉନ୍ନୟନମୂଳକ କାର୍ଯ୍ୟରେ କଲେ ସମୀକ୍ଷା

କୋରାପୁଟ,24 ଜୁନ୍ 2022 (UTN) | ଆଜି ଓଡିଶାର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କୋଟିଆ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଅଞ୍ଚଳବାସୀଙ୍କୁ କିପରି ଜମି ପଟ୍ଟା ପ୍ରଦାନ କରିବାରେ ତତ୍ପରତା ଅଣାଯାଇପାରିବ ସେ ସଂକ୍ରାନ୍ତରେ ରାଜସ୍ବ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି l ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ ସହ ସେ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ଯାଇ ସେଠାକାର ସ୍ଥିତି ପରଖିବା ସହ ସେଠାରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏହି ବିଦ୍ୟାଳୟରେ ଛାତ୍ରାବାସ ନଥିବା ଯୋଗୁଁ ପିଲାଏ ଅସୁବିଧାରେ ପଡ଼ୁଥିବା ଯୋଗୁଁ ଏଦିଗରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ସାହୁ ଜଣାଇଛନ୍ତି । କୋଟିଆରେ ଆନ୍ଧ୍ରର ଲଗାତାର ଅନୁପ୍ରବେଶକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ ଓଡ଼ିଶା ସରକାର ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରି କୋଟିଆବାସୀଙ୍କ ସମସ୍ୟାର ସମାଧାନ ପାଇଁ ବ୍ରତୀ ଅଛନ୍ତି ବୋଲି ମତ ରଖିଛନ୍ତି l

 

କୋରାପୁଟ ଫେରି ସାହୁ ଜିଲ୍ଲାର ରାଜସ୍ବ ଅଧିକାରୀ, ନାଲକୋ, ରେଳବାଇ ତଥା ଭାରତମାଳା ପ୍ରକଳ୍ପର ବରିଷ୍ଠ ଅଧିକାରୀଙ୍କ ସହ ଜମି ଅଧିଗ୍ରହଣରେ ଆସୁଥିବା ସମସ୍ୟା ଗୁଡ଼ିକ ସମ୍ପର୍କରେ ସମୀକ୍ଷା କରିଛନ୍ତି । ତେବେ ଜମି ଅଧିଗ୍ରହଣରେ କୌଣସି କ୍ଷେତ୍ରରେ ଲୋକଙ୍କ ସମସ୍ୟା ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି । ସେ କୋଟିଆ ଗସ୍ତ ସମୟରେ ଜିଲ୍ଲା ପରିଷଦ ସଦସ୍ୟ ଟିକାଇ ଗେମେଲ୍ ଓ କୋଟିଆ ସରପଞ୍ଚ ଲିଉ ଗେମଲ ସାକ୍ଷାତ କରି ସେହି ଅଞ୍ଚଳର ଜଳ, ଜମି, ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ଥିବା ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ l

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]