Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କୋରାପୁଟ,21 ଜୁନ୍ 2022 (UTN) | କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ  ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ନରେଶ କୁମାର ଷଡଙ୍ଗୀ ଯୋଗ ଦିବସ ପାଲନର ଆବଶ୍ୟକତା ଏବଂ ବିଭିନ୍ନ ଯୋଗାସନ ଉପରେ ସୂଚନା ଦେଇଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଓଁପ୍ରକାଶ ମିଶ୍ର ଯୋଗାସନର ଉପକରିତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରକାର ଆସନ ଓ ପ୍ରଣାୟାମ ଅଭ୍ୟାସ କରିଥିଲେ।

 

ପରିଶେଷରେ ରେଡ଼କ୍ରସର ଆଜୀବନ ସଦସ୍ୟ  ଯଜ୍ଞେଶ୍ବର ପଣ୍ଡା ନିୟମିତ ଯୋଗାଭ୍ୟାସ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ଜୁନିୟର ରେଡ଼କ୍ରସ ପରାମର୍ଶଦାତ୍ରୀ ଶୁଭସ୍ମିତା ସାହୁ,ସ୍କାଉଟ ଶିକ୍ଷକ ସୋମନାଥ ସାକିଆ,ଗାଇଡ଼ ଶିକ୍ଷୟିତ୍ରୀ ରଶ୍ମିତା ନାହାକ,ଶିକ୍ଷକ ଉମେଶ ବେହେରା,ଶିକ୍ଷୟିତ୍ରୀ ବନିତା ଶତପଥି, ପପିତା ପ୍ରଧାନ,ସୁଚରିତା ପଟ୍ଟନାୟକ, କର୍ମଚାରୀ ଏ.ମୂରଲୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]