Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଆଜି ବିଶ୍ୱ ପିତୃ ଦିବସ

ଆଜି ପରା ଅଟେ ତୁମର ଦିବସ
    ତୁମେ ପିତା  ପରମ ଈଶ୍ୱର
ତୁମେ ଶିଖାଇଲ ମୋ ଜୀବନ ଶିକ୍ଷା
      ତୁମ ବିନା  ଜୀବନ ଅସାର ll
ପୁତ୍ର କନ୍ୟା ପ୍ରଭେଦ ଯେ ନ କଲ
     ସବୁ ଅଳି ଅଝଟ ସହିଲ
ସ୍ୱାଭିମାନ ସମ ବଞ୍ଚିବା ହେଲି
    ସ୍ନେହ ତୁମଯେ ଅଜାଡି ଦେଲ ll
ପ୍ରଶସ୍ତ ହେଲା ମୋ ହୃଦ ସାଗର
    ପ୍ରଖର ହେଲି  ସୂର୍ଯ୍ୟଙ୍କ ସମ
ଅଗ୍ନିର  ସମ ହେଲି ତେଜୀୟାନ
    ନହେବ କେବେ ଜୀବନେ ଭ୍ରମ ll
ଆଜି ଯଦି ମୋ ପାଦ ଫୁଲେ ପଡେ
   ସଫଳ ମାତ୍ର ଯେତୁମ ପାଇଁ
ଦେଲ ତୁମେ ଶିକ୍ଷା ନ ହେବ ଭୁଲ
   କରୁଛି  ପ୍ରତିଜ୍ଞା  ନିତି ମୁହିଁ ll
ତୁମେ ଥିଲ ଦେବ ପରି ପ୍ରଧାନ
      ସବୁ ସକାଳ ହେଲା ସୁନ୍ଦର
ତୁମେ ଥିଲ ଖ୍ୟାତ ବହୁ ପ୍ରବଣ
     ଦିଅ ଅଜାଡି ତୁମେ ଆଦର ll
 *ତ୍ରିନାଥ ପଟ୍ଟନାୟକ*
    ( *ଅଧ୍ୟାପକ ତଥା କବି*)
  *ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର*
 *ପୋ:ଜିଲ୍ଲା- କୋରାପୁଟ*

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]