Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ରଜ ମଉଜ ଉତ୍ସବ ଉଦଯାପନୀ ଦିବସ ସମାରୋହ ସୁରୁଖୁରୁରେ ପାଳିତ

କୋରାପୁଟ, ଜୁନ୍ 18, 2022 (UTN)| କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଜ୍ୟୋତି କଲ୍ୟାଣ ମଣ୍ଡପ ଠାରେ ତିନି ଦିନ ଧରି ଅନୁଷ୍ଠିତ ହୋଇ ଆସୁଥିବା ରଜ ପର୍ବ ଆଜି ଉଦଯାପିତ ହୋଇଛି। ପ୍ରକାଶ ଥାଉକି ଓଡ଼ିଶାର ଗଣପର୍ବ ଏହି ପବିତ୍ର ରଜପର୍ବ ଆଜକୁ ଦୀର୍ଘ ୧୮ ବର୍ଷ ତଳେ ଜୟପୁର  ବସୁମତୀ ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦମଣି ବାରିକଙ୍କ  ଉଦ୍ୟମରେ  ଲିଙ୍ଗରାଜ ନଗରସ୍ଥିତ  ରାଧାକୃଷ୍ଣ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା।  ପରବର୍ତ୍ତୀ ସମୟରେ ଏହି ପର୍ବକୁ ଅଧିକ ଲୋକପ୍ରିୟ କରିବା ପାଇଁ  ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ପାତ୍ରଙ୍କ ସାଧୁ ଉଦ୍ୟମରେ ଏହାକୁ ଜ୍ୟୋତି କଲ୍ୟାଣ ମଣ୍ଡପକୁ ସ୍ଥାନାନ୍ତର  କରାଯାଇଥିଲା।ଜ୍ୟୋତି କଲ୍ୟାଣ ମଣ୍ଡପର ମାଲିକ ଶ୍ରୀଯୁକ୍ତ ପ୍ରଶାନ୍ତ ଗୁପ୍ତାଙ୍କ ଅକୁଣ୍ଠ ସହଯୋଗ ଓ ଜୟପୁରବାସୀଙ୍କ ମିଳିତ ସହଯୋଗ କ୍ରମେ ଏହି ରଜପର୍ବ ଏଯାବତ ସଫଳତାର ସହ ମହା ଆଡମ୍ବରରେ ପାଳିତ ହୋଇ ଆସୁଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ପାତ୍ର  ଅନୁଷ୍ଠାନର କର୍ମକର୍ତ୍ତା ଏବଂ  ମାଆଭଉଣୀମାନଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସମ୍ପାଦକ ଚନ୍ଦ୍ରମଣି ବାରିକ ବାର୍ଷିକ ବିବରଣୀ ପାଠ କରିବା ସହିତ ଜୟପୁରର ଜ୍ଞାନୀ ଗୁଣୀ ଜନସାଧାରଣ , ସାମ୍ବାଦିକ, ସାହିତ୍ୟିକ, ରାଜନେତ l

,ପ୍ରଶାସକଏବଂ ଅନୁଷ୍ଠାନ ସହଯୋଗ କରୁଥିବା  ବିଜ୍ଞାପନଦାତା ଏବଂ ଦର୍ଶକମାନଙ୍କୁ ଦୀର୍ଘଦିନ ଧରି ଜାରି ରଖିଥିବା ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ  l ସହ ସମ୍ପାଦକ ଶ୍ରୀଯୁକ୍ତ ଲୋକନାଥ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ବସୁମତୀ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା l ତିନିଦିନ ଧରି ହୋଇଥିବା କାର୍ଯ୍ୟକ୍ରମ ଝୋଟି, ପିଠlପଣା ଏବଂସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀମାନଙ୍କୁ  ପୁରସ୍କlର ପ୍ରଦାନ କରା ଯାଇଥିଲା l ସବୁ ବର୍ଷ ପରି ଚଳିତବର୍ଷ  ଛଅ ଜଣ ସଫଳ ବ୍ୟକ୍ତି ବିଶେଷଙ୍କୁ ବସୁମତୀ ସାମ୍ମlନ -୨୦୨୨  ପ୍ରଦାନ କରାଯାଇଥିଲା l ସେମାନଙ୍କ ମଧ୍ୟରେ ଡ.ରାଜେନ୍ଦ୍ର ପାଢ଼ୀ ବରିଷ୍ଠ ସାହିତ୍ୟିକ ତଥା ଗବେଷକ , ପି. ଜଗଦିଶ୍ଵର ରାଓ ସେବା ଓ କର୍ମବୀର, ଶ୍ରୀଯୁକ୍ତ ଭାବlନୀ ଶଙ୍କର ମିଶ୍ର ସମାଜ ସେଵୀ  ଓ ସଂଗଠକ, ଉମାମହେଶ୍ବର ପରିବେଶବିତ,ଅନିନ୍ଦିତା ଜlହ୍ନଵୀ ସୁଆର ଲେଖିକା , ସୁସ୍ମିତା ରଥ ପ୍ରେରଣା ଗ୍ରୁପ ନୃତ୍ୟ ଶିକ୍ଷୟିତ୍ରୀଙ୍କୁ ବସୁମତୀ ସାମ୍ମlନ ପ୍ରଦାନ କରାଯାଇଥିଲା। ଶ୍ରୀଯୁକ୍ତ ମୂରଲୀ ପଟ୍ଟନାୟକ, ଗୁପ୍ତ ପାଣିଗ୍ରାହୀ, ପଞ୍ଚାନନ ମିଶ୍ର, ଯଜ୍ଞେଶ୍ବର ପଣ୍ଡା, କୃଷ୍ଣ ଚନ୍ଦ୍ର ହୋତା,ବିଜୁଳି ପାତ୍ର ପ୍ରମୁଖ ମାନପତ୍ର ପାଠ କରିଥିଲେ।ଉଦଯାପନୀ ଦିବସରେ ପ୍ରେରଣା ଗ୍ରୁପଦ୍ରାରା

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବରେ  ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ପାତ୍ର  ସଫଳ ବ୍ୟକ୍ତି ଏବଂ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତକାର୍ଯ୍ୟ ହୋଇଥିବା ବ୍ୟକ୍ତିବିଶେଷଙ୍କୁ  ପୁରସ୍କୃତ କରିଥିଲେ l ଇଂ.ଅନିଲ କୁମାର ପାଣିଗ୍ରାହୀ, ଡ.ପ୍ରମୋଦିନୀ ହୋତା,ଗୁରୁ କାହ୍ନୁ ଚରଣ ପ୍ରଧାନ,ବିଜୟ ନାୟକ, କୈଳାସ ସାମନ୍ତରାୟ,ଟୁକୁରୁ ଦାଶ, ରାଜେନ୍ଦ୍ର ଜେନା,ଡ.ମହାଦେବ ଶତପଥୀ, ମନୋଜ ତ୍ରିପାଠୀ, ରାମକୃଷ୍ଣ ସାହୁ,ଅସିତ ରଞ୍ଜନ ବାରିକ,କନକ ବାରିକ,ଜାନକୀ ପାଣିଗ୍ରାହୀ, ସାବିତ୍ରୀ ବେହେରା,ରଞ୍ଜିତ ପଟ୍ଟନାୟକ,ଶୋଭାଗିନୀ ନନ୍ଦ, ସୁନିତା ପାଣିଗ୍ରାହୀ,ପ୍ରମୋଦ ରାଉଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

କୋରାପୁଟ – ସାମ୍ବାଦିକ, (ତ୍ରିନାଥ ପଟ୍ଟନାୟକ)|

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]