Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

କଳାକାର ତଥା ସଂଗଠକ ପ୍ରିୟଙ୍କା ପଟ୍ଟନାୟକଙ୍କ ଦ୍ୱାରା ଏକ ତିନି ଦିନିଆ ଜିଲ୍ଲା ସ୍ତରୀୟ କଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା

କୋରାପୁଟ, 17 ଜୁନ୍ 2022 (UTN) | କୋରାପୁଟର ଏକ କଳା ଅଛି ଯାହାକି ଏକ ଦୀର୍ଘ ଐତିହାସିକ ପ୍ରକ୍ରିୟାର ଉତ୍ପାଦ ଯେଉଁଥିରେ ଆଧ୍ୟାତ୍ମିକ, ଦାର୍ଶନିକ ଏବଂ ମାନବିକ ଆକାର ମିଶ୍ରିତ ହୋଇ ଏକ ସାଂସ୍କୃତିକ ତଥା ସଭ୍ୟ ଜୀବନର ସର୍ବୋତ୍ତମ ପ୍ରଭାବ ସୃଷ୍ଟି କରିଥାଏ | କୋରାପୁଟର ସାଂସ୍କୃତିକ ଐତିହ୍ୟ ଏହାର ଜୀବନ୍ତ କଳା ରୂପରେ ପ୍ରତିଫଳିତ ହୋଇଛି | ତେବେ ଏହି ଅବସରରେ ଓଡିଶା ଲଳିତ କଳା ଏକାଡେମୀ, ସଂସ୍କୃତି ଭବନ ଆର୍ଟ ଗ୍ୟାଲେରୀ, କୋରାପୁଟଠାରେ କୋରାପୁଟ ଜିଲ୍ଲାର ଜିଲ୍ଲା ଆର୍ଟ ଗ୍ୟାଲେରୀ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲାର ପ୍ରତିଷ୍ଠିତ ଚିତ୍ରକର ତଥା ସଂଗଠିକା ପ୍ରିୟଙ୍କା ପଟ୍ଟନାୟକଙ୍କ ସହଯୋଗରେ ଜିଲାରେ ତିନିଦିନିଆ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରଦର୍ଶନ ତଥା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଅଛି l

 

ଏହି ପ୍ରତିଯୋଗୀତାରେ ବିଷୟବସ୍ତୁ ଶୀର୍ଷକ “ଓଡିଶା ଏବଂ ରଥଯାତ୍ରା ” ରହିଥିବା ବେଳେ ଏହି ଚିତାଙ୍କନ କର୍ମଶାଳା 14 ତାରିଖ ଠାରୁ ଆରମ୍ଭ ହୋଇ 16 ତାରିଖ ପର୍ଯ୍ୟନ୍ତ ଚାଲୁଅଛି l ଏହି ଚିତ୍ରାଙ୍କନ ପ୍ରତିଯୋଗୀତା ଶ୍ରେଣୀ ଚତୁର୍ଥରୁ ଆରମ୍ଭ ହୋଇ ବିଭିନ୍ନ ସମସ୍ତ ବୟସର ଛାତ୍ରଛାତ୍ରୀ ଭାଗ ନେଇ ନିଜ ନିଜ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଅଛି l ତେବେ ଏହି ଚିତ୍ରକଳା କର୍ମଶାଳାରେ ପ୍ରାୟ 110 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ଦେଖିବାକୁ ମିଳିଅଛି l ଆସନ୍ତା ଜୁଲାଇ 1 ତାରିଖ ଠାରୁ 6 ତାରିଖ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲା ଆର୍ଟ ଗ୍ୟାଲେରୀରେ ଜିଲ୍ଲାସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ ବୋଲି ସଂଗଠିକା ପ୍ରିୟଙ୍କା ପଟ୍ଟନାୟକ ସୂଚନା ପ୍ରଦାନ କରିଅଛନ୍ତି l

 

ଏହି କର୍ମଶାଳାର ଅତିଥି ମାନଙ୍କ ମଧ୍ୟରେ ପରିଚାଳନା ମୁଖ୍ୟ ଶ୍ରୀ କେଶଭ ଖରା ଏବଂ ଡଲି ଜାନି,ଅତିଥି ଅଧ୍ୟାପିକ ଏବଂ ଅଧ୍ୟାପିକାଙ୍କ ମଧ୍ୟରେ ହାଇଦ୍ରାବାଦର ଅର୍ଧେନ୍ଦୁ ମାଝି,ଭୁବନେଶ୍ୱରର କବିତା ମଞ୍ଜରୀ ଟଣ୍ଟି,ବାଲେଶ୍ୱରର ଇପ୍ସିତା ଦେ ଏବଂ ଭକ୍ତି ଲତା ବାରିକ୍ ପ୍ରମୁଖ ଉପସ୍ଥିତ ସ୍ୱରୂପ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି କର୍ମଶାଳାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ତଥା ଚିତ୍ରଶିଳ୍ପୀ ଏବଂ କର୍ମଶାଳାରେ ସହଯୋଗ କରିଥିବା କର୍ମକର୍ତ୍ତାଙ୍କୁ ଚିତ୍ରକର ତଥା ଆୟୋଜିକା ପ୍ରିୟଙ୍କା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ସହ ଚିତ୍ରକଳା ପ୍ରଦର୍ଶନୀର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ସହ କୋରାପୁଟ ଭଳି ମାଟିରେ କିଭଳି ପିଲାମାନେ ଚିତ୍ରକଳା ମାଧ୍ୟମରେ କୋରାପୁଟର ଐତିହ୍ୟ ଏବଂ ପରମ୍ପରାକୁ ଲୋକଲୋଚନକୁ ଆଣିପାରିବେ ସେ ନେଇ ଶିକ୍ଷା ପ୍ରଦାନ କରିଥିବା ସହ କୋରାପୁଟ ବାସୀଙ୍କ ପ୍ରଶଂସାର ପାତ୍ରୀ ପାଲଟିଛନ୍ତି l

କୋରାପୁଟ – ସାମ୍ବାଦିକ,( ତ୍ରିନାଥ ପଟ୍ଟନାୟକ ) | 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]