Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

*ରଜ ଗୀତ*

*ରଜ ଗୀତ*

        ———————–
ଆସିଛି ଏ ରଜ ଆଜି ଆସିଛି ରଜ
      ବନସ୍ତେ ଡ଼ାକିଲାଣି ଗଜ
ବରଷକେ ପୁଣି ଆଜି ଆସିଛି ରଜ
      ବଉଳ ହେଲେ ସଜବାଜ ll
ସବୁଜ ବନାନୀ ଆଜି ଗାଉଛି ଗୀତ
    ରଜଦୋଳିରେ କଟମଟ
ଭାଇ ଯାଇଛନ୍ତି ବିଦେଶ ଯାତ୍ରା ବୋଲି
    ଭାଉଜ ହେଲେ ଛଟପଟ ll
ରଜ ପାନ ଭାରି ଯେ ମିଠା ହେ ବଉଳ
      ମୋ ସୁନା ଭଉଣୀର ମନ
ଖାଇବାକୁ ରଜ ପିଠା ଭଳିକି ଭଳି
      ପୋଡ଼ କାକରା ଆଦି ଛେନା ll
ରଜ ତିନି ଦିନ ହେବ ଜମିବ ମଜା
      ବଉଳ ହେଲେ ସାଜସଜା
ଗାଁ ପଡିଶା ହୋଇଛି ଉତ୍ସବ ମୁଖର
      ଦୋଳ ଖେଳେ ଜମିବ ମଜା ll
କନ୍ୟାଏଁ ଗୋଡ଼ରେ ନାଇ ନାଲି ଅଳତା
    ମଥାଏଁ ଚନ୍ଦନର ଵାସ
ବେକରେ ନାଇ ବଉଳ ଗଜରା ମାଳ
    ଦେଲେଣି ଡାକ ବେଗ ଆସ ll
*ତ୍ରିନାଥ ପଟ୍ଟନାୟକ*
    ( *ଅଧ୍ୟାପକ ତଥା କବି*)
  *ଗ୍ରାମ : ଶିକ୍ଷକ କଲୋନୀ, ଗାନ୍ଧୀ ନଗର*
 *ପୋ:ଜିଲ୍ଲା- କୋରାପୁଟ*

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]