Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ରଜ ମଉଜ ମହୋତ୍ସବ ପାଳିତ

କୋରାପୁଟ / ଜୟପୁର,16 ଜୁନ୍ 2022 (UTN) | ବସୁମତୀ ସାହିତ୍ୟ ସଂସଦ,ଜୟପୁର ଆନୁକୂଲ୍ୟରେ ସ୍ଥାନୀୟ ଜ୍ୟୋତି କଲ୍ୟାଣ ମଣ୍ଡପ ପରିସରରେ ରଜ ମଉଜ ମହୋତ୍ସବ  ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ପ୍ରାସାଦ ପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରମଣି ବାରିକ ରଜ ମଉଜ ମହୋତ୍ସବ ପାଳନର  କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସହ ସମ୍ପାଦକ ଲୋକନାଥ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନର ସଭ୍ୟ ଯଜ୍ଞେଶ୍ବର ପଣ୍ଡା, ରଞ୍ଜିତ କୁମାର ପଟ୍ଟନାୟକ, ରାମକୃଷ୍ଣ ସାହୁ,ଟୁକୁରୁ ଦାଶ,ଇଂ.ଅନିଲ କୁମାର ପାଣିଗ୍ରାହୀ, ମନୋଜ ତ୍ରିପାଠୀ, ଇଂ.ନିର୍ମଳ ଚନ୍ଦ୍ର ମଲିକ ,ଭଜନ ସିଂହ,ବିଜୟ ନାୟକ,ଅସିତ ରଞ୍ଜନ ବାରିକ,ଜାନକୀ ପାଣିଗ୍ରାହୀ, ସରସ୍ୱତୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ରଜ ମହୋତ୍ସବର ପ୍ରଥମ ଦିବସରେ ଝୋଟି ପ୍ରତିଯୋଗିତା,ପିଠା ପ୍ରତିଯୋଗିତା ,କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ପରେ ପରେ ଜୟପୁର କଳାକେନ୍ଦ୍ର ତରଫରୁ ଗୁରୁ କାହ୍ନୁ ଚରଣ ପ୍ରଧାନଙ୍କ ତତ୍ୱବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲୁ ରହିବ ବୋଲି ସଭାପତି ଓ ସମ୍ପାଦକ ଘୋଷଣା କରିଥିଲେ।କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ପିଠା ପ୍ରତିଯୋଗିତା,କୁଇଜ ପ୍ରତିଯୋଗିତା ଏବଂ ଜୟପୁର ମୀରା ଡ୍ୟାନ୍ସ ଗ୍ରୁପ ତରଫରୁ ଗୁରୁ ପଞ୍ଚାନନ ମିଶ୍ରଙ୍କ ତତ୍ୱବାଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କୋରାପୁଟ – ସାମ୍ବାଦିକ,( ତ୍ରିନାଥ ପଟ୍ଟନାୟକ ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]