Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

କୁକୁର ପାଲଟିଛି ମାର୍ଗଦର୍ଶକ, ପର୍ଯ୍ୟଟକଙ୍କୁ ବତାଉଛି ବାଟ

କୋରାପୁଟ,09 ଜୁନ୍ 2022 (UTN) | କୁକୁର ଓ ମଣିଷ ମଧ୍ୟରେ ଥିବା ଅନନ୍ୟ ସମ୍ପର୍କର ଅନେକ ଉଦାହରଣ ରହିଛି । କେଉଁଠି କୁକୁର ତାର ମାଲିକ ପାଇଁ ସର୍ପ ଦଂଶନ ଖାଇ ପ୍ରାଣତ୍ୟାଗ କରିଛି ତ ଆଉ କେଉଁଠି ମଣିଷର ନିର୍ଦ୍ଦେଶ ମାନି ଅନେକ କାର୍ଯ୍ୟ ସମ୍ପାଦିତ କରିଛି । ଠିକ୍ ସେହିପରି କୋରାପୁଟ ନିକଟସ୍ଥ ରାଜୁଗୁଡ଼ାରେ ଥିବା ସପ୍ତଗିରି କଫି ବଗିଚାରେ ବୃନୋ ନାମକ ଏହି କୁକୁର ବର୍ତ୍ତମାନ ଚର୍ଚ୍ଚାରେ । ଏକର ଏକର ବ୍ୟାପି କଫି ବଗିଚାକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ଓ କଫି ବଗିଚାର ମାଲିକ ସୁଶାନ୍ତ ପଣ୍ଡାଙ୍କ ବନ୍ଧୁ ମିତ୍ର ରୀତିମତ ଆସିଥାନ୍ତି । କିନ୍ତୁ କଫି ବଗିଚାର ସୌନ୍ଦର୍ଯ୍ୟ ଓ ବିଭବକୁ ପଛରେ ପକାଇ ବଗିଚା ଓ ଘର ଭିତରେ ଘୁରି ବୁଲୁଥିବା ଏକ କୁକୁର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି କୁକୁରର ନାଁ ବୃନୋ ଓ ଦୁଇ ବର୍ଷ ହେବ ତାଙ୍କ ପରିବାରକୁ ଆସିଥିବା ସୁଶାନ୍ତଙ୍କ ପୁଅ ସୁଭଞ୍ଜନ ପଣ୍ଡା ଜଣାଇଛନ୍ତି । ବୃନୋ ଏକ ଶାନ୍ତଶିଷ୍ଟ କୁକୁର ହେବାସହ ବୁଦ୍ଧିମାନ ମଧ୍ୟ l
କଫି ବଗିଚାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରଥମେ ନିଜ ଧାରାରେ ପରୀକ୍ଷା ନିରୀକ୍ଷା କରିସାରିବା ପରେ ତାଙ୍କୁ ସେ କଫି ବଗିଚାକୁ ବୁଲାଇ ନେଇଯାଏ ବୋଲି ସୁଭଞ୍ଜନ ଜଣାଇଛନ୍ତି । ବଗିଚାର ଅନ୍ଦି କନ୍ଦି ସହ ପରିଚିତ ବୃନୋ ପର୍ଯ୍ୟଟକଙ୍କୁ ଏକ ତାଲିମପ୍ରାପ୍ତ ପଥ ପ୍ରଦର୍ଶକ ଭଳି ନେଇଯାଇଥାଏ । ପର୍ଯ୍ୟଟକ ଅଟକି ଗଲେ ଆଗରେ ଯାଉଥିବା ବୃନୋ ମଧ୍ୟ ଅଟକି ଯାଇ ପର୍ଯ୍ୟଟକଙ୍କ ପାଖକୁ ଫେରି ଆସେ ଓ ପୁଣିଥରେ ତାଙ୍କୁ ଆଗକୁ ଯିବାରେ ମାର୍ଗ ଦର୍ଶନ କରିଥାଏ l
କୋରାପୁଟ – ସାମ୍ବାଦିକ,( ତ୍ରିନାଥ ପଟ୍ଟନାୟକ ) | 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]