Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଓଡିଶାର ଦେଓମାଳି ପର୍ବତ ପାଦ ଦେଶରେ ଜଙ୍ଗଲ ସୁରକ୍ଷା ନେଇ ବାର କୁଟୁଣୀ ଗ୍ରାମବାସୀଙ୍କୁ ସରକାରଙ୍କ ପକ୍ଷରୁ ମିଳିଲା ପ୍ରକୃତି ମିତ୍ର ସମ୍ମାନ

କୋରାପୁଟ,09 ଜୁନ୍ 2022 (UTN) |  ବାରକୁଟୁଣି ଗ୍ରାମକୁ ରାଜ୍ୟ ସ୍ତରରେ ପ୍ରକୃତି ମିତ୍ର ସମ୍ମାନ ପ୍ରଦାନ କରାଯାଇଛି । ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ ଦେଓମାଳିର ଜଙ୍ଗଲକୁ ଗତ 25 ବର୍ଷ ଧରି ବାରକୁଟୁଣି ଗ୍ରାମ ଲୋକେ ଜଗି ରହିଛନ୍ତି । ବର୍ଷ ବର୍ଷ ଧରି ଗ୍ରାମବାସୀଙ୍କ ଏହି ଉଦ୍ୟମର ଫଳସ୍ବରୁପ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଫାଉଣ୍ଡେସନ ଫର ଇକୋଲଜିକାଲ ସିକ୍ୟୁରିଟି ସଂସ୍ଥା ସହଯୋଗରେ ପରିବେଶ ମଙ୍ଗଳ କାର୍ଯ୍ୟ କରାଯାଇଛି । ଗ୍ରାମବାସୀଗତ କିଛି ବର୍ଷ ପୂର୍ବେ ପୋଡୁ ଚାଷ ୟୋଗୁଁ ଶୂନ୍ୟ ହୋଇପଡ଼ିଥିବା ଜଙ୍ଗଲ ନବୀକରଣ କରିବାରେ ସଫଳ ହୋଇଛନ୍ତି ଗ୍ରାମବାସୀ । ଦେଓମାଳି ପର୍ବତର ନିକଟସ୍ଥ ପ୍ରାୟ ଏକ ହଜାର ହେକ୍ଟର ପାହାଡ଼ିଆ ଜମିରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି । ପ୍ରଥମେ ୱିଡା ଓ ବର୍ତ୍ତମାନ ଏଫଇଏସର ନିର୍ଦ୍ଦେଶନା ଓ ସହଯୋଗିତା ଫଳରେ ଗତ ପଚିଶ ବର୍ଷରେ ଏହି ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇପାରିଥିବା ଗ୍ରାମର ସ୍ବେଚ୍ଛାସେବୀ ଅଜୟ ଜାନି ସୂଚନା ଦେଇଛନ୍ତି l
ଜଙ୍ଗଲରୁ ଗଛ କାଟିବା ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଗ୍ରାମବାସୀଙ୍କ ଜାଳେଣି ପାଇଁ ଶୁଖିଲା କାଠ ସଂଗ୍ରହ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ତେବେ ଜଙ୍ଗଲର ସୁରକ୍ଷା ସ୍ଥାୟୀତ୍ଵକୁ ବୃଦ୍ଧି କରିବା ପାଇଁ ଗ୍ରାମକୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାପାଇଁ ଗ୍ରାମବାସୀ ଆବେଦନ କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ସେ ଦିଗରେ କିଛି ପଦକ୍ଷେପ ନେଇନଥିବା ଜିଲ୍ଲା ପରିଷଦ ସଦସ୍ୟ ମୋହନ ଜାନି କହିଛନ୍ତି । ଏବଂ ଶ୍ରୀଘ୍ର ଏ ଦିଗରେ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି l
କୋରାପୁଟ – ସାମ୍ବାଦିକ,( ତ୍ରିନାଥ ପଟ୍ଟନାୟକ ) | 

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]