Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଓଡ୍ରାଫ ପକ୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ 530 ଏନସିସି କ୍ୟାଡର ମାନଙ୍କୁ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ପ୍ରଦାନ

କୋରାପୁଟ,07 ଜୁନ୍ 2022 (UTN) | ଜୀବନ ବଞ୍ଚାଇବା କୌଶଳ ଶିକ୍ଷା ପାଇଲେ ଏନ୍‌ସିସି କ୍ୟାଡେଟ । କୋରାପୁଟ ସରକାରୀ ବିଦ୍ୟାଳୟ ପରିସରରେ ୧୦ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି ୫୩୦ NCC କ୍ୟାଡେଟ । ଏହି କ୍ୟାମ୍ପରେ କୋରାପୁଟ ସମେତ ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର NCC କ୍ୟାଡେଟ ସାମିଲ ହୋଇଛନ୍ତି । ଓଡ୍ରାଫର କୁଶଳୀ କର୍ମକର୍ତ୍ତା ଦୁର୍ଘଟଣା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖି ପ୍ରଭାବିତ ବ୍ୟକ୍ତିଙ୍କୁ କିଭଳି ସୁରକ୍ଷା ପ୍ରଦାନ କରିବେ ସେନେଇ NCC କ୍ୟାଡେଟଙ୍କୁ କୌଶଳ ଶିଖିଛନ୍ତି । ତା ସହିତ ପ୍ରାଥମିକ ଚିକିତ୍ସା ପ୍ରଦାନ ତାଲିମ ମଧ୍ୟ ନେଇଛନ୍ତି NCC କ୍ୟାଡେଟ । ଓଡ୍ରାଫ କର୍ମକର୍ତ୍ତା ପିଲାମାନଙ୍କୁ ଏହାକୁ ନେଇ ପ୍ରଥମେ ନିଜେ କୌଶଳ ପ୍ରଦର୍ଶନ କରିଥିଲେ l

ଏଥି ସହିତ ଓଡ୍ରାଫ ବ୍ୟବହାର କରୁଥିବା ସାଧାରଣ କରତଠାରୁ ଆରମ୍ଭ କରି ଅତ୍ୟାଧୁନିକ ଯନ୍ତ୍ରପାତିର କାର୍ଯ୍ୟ ସମ୍ପର୍କରେ ପିଲାଙ୍କୁ ଅବଗତ କରାଇଛନ୍ତି । ୧୦ ଦିନଧରି ଚାଲିଥିବା ଏହି ଶିବିରରେ ଶିବିର ସମାପ୍ତ ହେବା ପୂର୍ବରୁ NCC କ୍ୟାଡେଟ ଏ, ବି ଏବଂ ସି ସାର୍ଟିଫିକେଟ ପାଇଁ ପରୀକ୍ଷା ଦେବେ l

କୋରାପୁଟ – ସାମ୍ବାଦିକ,( ତ୍ରିନାଥ ପଟ୍ଟନାୟକ ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]