Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ପରଜା ସହି ଓ ବନଭାରତୀ କଲୋନୀରୁ ନିଖୋଜ ଦୁଇ ନାବାଳିକାଙ୍କୁ କୋରାପୁଟ ଓ ଜୟପୁରରୁ ଉଦ୍ଧାର : ଦୁଇଟି ଅପହରଣ ମାମଲା ରୁଜୁ, ଜଣେ ଗିରଫ

କୋରାପୁଟ,06 ଜୁନ୍ 2022 (UTN) | କୋରାପୁଟ ଟାଉନ ଥାନା ବନଭାରତୀ କଲୋନୀ ଓ ପରଜା ସହି ନିଖୋଜ ଥିବା ଦୁଇ ନାବାଳିକାଙ୍କୁ ଟାଉନ ଥାନା ପୋଲିସ 24 ଘଣ୍ଟା ମଧ୍ୟରେ ଉଦ୍ଧାର କରିଛି l ସୂଚନା ଅନୁଯାୟୀ ଶନିବାର ଦିନ ଦୁଇ ଜଣ ନାବାଳିକା ନିଖୋଜ ଥିବା ପରିବାର ଲୋକେ କୋରାପୁଟ ଟାଉନ ଥାନାରେ ଅଭିଯୋଗ କରିଥିଲେ l ଟାଉନ ଥାନାରେ ଆଇପିସି 363 ରେ ଦୁଇଟି ମାମଲା କେସ ନ 145 ଓ 146 ରେ ଫାଇଲ କରି ତଦନ୍ତ ଆରମ୍ଭ କରାଯାଇଥିଲା l ତଦନ୍ତ ସମୟରେ ଜଣେ ନାବାଳିକା କୋରାପୁଟ ସହରରୁ ଓ ଅନ୍ୟ ଜଣକୁ ଜୟପୁର ସହରରୁ ଉଦ୍ଧାର କରାଯାଇଥିବା ଟାଉନ ଥାନା ଅଧିକାରୀ ଧୀରେନ୍ ପଟ୍ଟନାୟକ ସୂଚନା ଦେଇଅଛନ୍ତି l
ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିବାକୁ ଉଦ୍ୟମ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଅଛନ୍ତି l ନିଖୋଜର 24 ଘଣ୍ଟା ଭିତରେ ନାବାଳିକା ଦୁଇ ଜଣଙ୍କୁ ଉଦ୍ଧାର କରିଥିବାରୁ ପରିବାର ଲୋକେ ପୋଲିସକୁ ପ୍ରଶଂସା କରିଛନ୍ତି l
 କୋରାପୁଟ – ସାମ୍ବାଦିକ,( ତ୍ରିନାଥ ପଟ୍ଟନାୟକ ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]