Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ବିଶ୍ୱ ପରିବେଶ ଦିବସରେ କୋରାପୁଟ ସ୍ଥିତ ଖଣ୍ଡିୟ ବନାଧିକାରୀ ଅଫିସରୁ ପଦଯାତ୍ରା ବାହାରି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଭାଗୃହରେ ବୈଠକ ଅନୁଷ୍ଠିତ

କୋରାପୁଟ,05 ଜୁନ୍ 2022 (UTN) |  ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏକ ସଚେତନତା ପଦଯାତ୍ରା ଖଣ୍ଡିୟ ବନାଧିକାରୀ କାର୍ଯ୍ୟାଳୟ ପରିସରରୁ ବାହାରି ଆଞ୍ଚଳିକ ବନ ସଂରକ୍ଷକ ସଭାଗୃହ ଠାରେ ଶେଷ ହୋଇଥିଲା lଆଜିର ଦିନରେ ପରିବେଶ ପ୍ରଦୂଷଣ ଏକ ବିରାଟ ସଙ୍କଟ ହୋଇ ଛିଡା ହୋଇଛି lପରିବେଶକୁ ବଞ୍ଚାଇ ରଖିବା ପାଇଁ ପ୍ରତି ବର୍ଷ ଜୁନ -୫ ତାରିଖ ଦିନ ସାରା ବିଶ୍ୱରେ ପରିବେଶ ସଚେତନତା ଅଭିଯାନ କରାଯାଇଥାଏ lଏହାର ମୂଲ ଉଦେଶ୍ୟ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା, ଏହି ଦିନଟି 1972 ମସିହା ଜୁନ -୫ ସ୍ବିଡେନର ରାଜଧାନୀ ଷ୍ଟକହୋମରେ ପାଳନ କରାଯାଇଥିଲା l ବିଶ୍ୱ ପରିବେଶ ଦିବସ 2022 ର ବିଷୟବସ୍ତୁ only one Earth ରଖାଯାଇଅଛି କେବଳ ଗୋଟିଏ ପୃଥିବୀ ରଖାଯାଇଅଛି l

 

ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ହ୍ରାସ ପାଇବା, ଜମି ଏବଂ ଜଙ୍ଗଲ ଅବକ୍ଷୟ, ମହାସାଗର ଗୁଡିକର ପ୍ରଦୂଷଣ ତଥା ଅମ୍ଳୀକରଣ,ଆଦ୍ର ଭୂମି ଗୁଡିକ ବିଲୁପ୍ତ ହୋଇଯିବା ବିଶ୍ୱ ପରିବେଶ ଦିବସର ଆମର ପ୍ରତ୍ୟେକ କାର୍ଯ୍ୟକଳାପ ପରିବେଶ ସୁରକ୍ଷା ଦିଗରେ ସମର୍ପିତ ହେବା ଆବଶ୍ୟକ lଏହି ଶୋଭାଯାତ୍ରାରେ ଡି.ଏଫ.ଓ ଅମିତା ରାଣୀ ରାୟ, ରେଞ୍ଜର ରୋହିତ କୁମାର, ସି. ଏଚ. ସାନ୍ତାକାର, ନାରାୟଣ ପଣ୍ଡା, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ ତଥା ବିଭିନ୍ନ ବ୍ଲକର ପ୍ରକୃତି ବନ୍ଧୁ ପୁରସ୍କାର ପାଇଥିବା ବ୍ୟକ୍ତିମାନେ ଯୋଗ ଦେଇଥିଲେ l

କୋରାପୁଟ – ସାମ୍ବାଦିକ,( ତ୍ରିନାଥ ପଟ୍ଟନାୟକ ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]