Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

କୋରାପୁଟ ଜିଲ୍ଲାର ଆକାଶଗୁଡା ଏବଂ ଚିନ୍ଦ୍ରି ଗାଁର ଲୋକମାନେ ଡମ୍ପିଂ ୟାର୍ଡ କାରଣରୁ ସମସ୍ୟାର ହେଲେ ସମ୍ମୁଖୀନ

କୋରାପୁଟ,04 ଜୁନ୍ 2022 (UTN) |  ଆବର୍ଜନାକୁ ନେଇ ଚିନ୍ତିତ ଲୋକ । ସହରର ଅଳିଆ ଆବର୍ଜନାକୁ ଆକାଶଗୁଡା ଓ ଚିନ୍ଦିରୀ ଗାଁ ନିକଟରେ ଥିବା ଏକ ଡମ୍ପିଂୟାର୍ଡ଼ରେ ପକାଇ ଦିଆଯାଉଛି । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ଖାଲି ଗ୍ରାମବାସୀ ନୁହନ୍ତି ଗାଈ ଗୋରୁଙ୍କ ଜୀବନ ବି ବିପଦରେ ପଡିଛି । ଏ ସମସ୍ୟା ଦିନ କି ଦୁଇ ଦିନର ନୁହେଁ ଦୀର୍ଘ ୧୨ ବର୍ଷ ହେବ ଡମ୍ପିଂୟାର୍ଡ଼ ପାଇଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ । ବାରମ୍ବାର ଏ ନେଇ ପ୍ରଶାସନକୁ କହିବା ପରେ ଏ ଦିଗରେ ପ୍ରଶାସନର ନିଘା ନାହିଁ l ଡମ୍ପିଂୟାର୍ଡ଼ରେ କୁଢ କୁଢ ଅଳିଆ ଆବର୍ଜନା ଜମା ହେଉଛି । ଫଳରେ ମଛା ମାଛିଙ୍କ ବଂଶ ବୃଦ୍ଧି ହୋଇଛି । ଫଳରେ ଲୋକେ ନାକେଦମ ହେଉଛନ୍ତି । ଗ୍ରାମବାସୀ ଏହାକୁ ବାରମ୍ବାର ବିରୋଧ କରି ଆସିଛନ୍ତି । ଖାଲି ଗ୍ରାମବାସୀ ନୁହେଁ ବୁଲା ଗାଈଗୋରୁ ଓ ଏପରିକି ବେଳେ ବେଳେ ଭାଲୁ ଏହି ଅଳିଆ ଆବର୍ଜନାକୁ ଖାଇ ଅସୁସ୍ଥ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଳିଆ ଗଦାର ତଳଭାଗରେ ଭାଲୁ ରହି ଏହି ଅଳିଆ ଗଦାରେ ଖାଦ୍ୟ ଅନ୍ୱେଷଣ କରୁ କରୁ ଲୋକଙ୍କ ଉପରକୁ ଆକ୍ରମଣ କରୁଥିବା ଆକାଶଗୁଡ଼ା ଗ୍ରାମବାସୀ ଅଭିଯୋଗ କରିଛନ୍ତି l
ଏହି ଅଳିଆଗଦା ଯୋଗୁଁ ଏହି ଦୁଇ ଗ୍ରାମର ବାୟୁ, ଜଳ ଓ ଜମିକୁ ଦୂଷିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଆସିଛନ୍ତି । ଚାଷ ମଧ୍ୟ ପ୍ରଭାବିତ କରିଛି ଏ ଆବର୍ଜନା ସମସ୍ୟା । ‘ଆମ ଖତ’ ଯୋଜନାରେ ସହରର ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନାକୁ ସଠିକ ଭାବେ ବିନିଯୋଗ କରିବା ପାଇଁ କୋରାପୁଟ ସହରରେ ରଥଶର୍ମା କଲୋନୀ ଓ ସୁନାପୁରଠାରେ ଅଳିଆ ଆବର୍ଜନାର ପ୍ରକ୍ରିୟାକରଣ ୟୁନିଟ୍‌ ଖୋଲାଯାଇଛି । ହେଲେ ଫଳଶୂନ୍ୟ । ଭବିଷ୍ୟତରେ ଆଉ ଡମ୍ପିଂୟାର୍ଡ଼ ହିଁ ରହିବ ନାହିଁ ବୋଲି କୋରାପୁଟ ପୌରପରିଷଦ ଆଶ୍ୱାସନା ଦେଇଥିଲେ l
କୋରାପୁଟ – ସାମ୍ବାଦିକ,( ତ୍ରିନାଥ ପଟ୍ଟନାୟକ ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]