Hindi English Marathi Gujarati Punjabi Urdu
Hindi English Marathi Gujarati Punjabi Urdu

ଅଲଟ୍ରାସାଉଣ୍ଡ ମେସିନ ଅଚଳ: ହଇରାଣରେ ପଡିଲେ ରୋଗୀ ଓ ରୋଗୀ ସମ୍ପର୍କୀୟ

କୋରାପୁଟ,04 ଜୁନ୍ 2022 (UTN) |  କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଅଲଟ୍ରାସାଉଣ୍ଡ ମେସିନ ରହିଛି l କୋରାପୁଟ ଜିଲ୍ଲାର ଅନେକ ଗର୍ଭବତୀ ମହିଳାମାନେ ଅଲଟ୍ରାସାଉଣ୍ଡ ନିମନ୍ତେ କୋରାପୁଟ ହସ୍ପିଟାଲ୍ ଉପରେ ନିର୍ଭର କରିଥାନ୍ତି l ରୋଗୀ ସମ୍ପର୍କୀୟମାନେ ସକାଳୁ ଆସି ପ୍ରେସକ୍ରିପସନ୍ ଉପରେ ଛୋଟ ପଥର ରଖି ଲାଇନ୍ କରିଥିଲେ  କିନ୍ତୁ ମେସିନ ଅଚଳ ଯୋଗୁଁ ଆଜି ଅଲଟ୍ରାସାଉଣ୍ଡ କରାଯାଇନଥିଲା l ଅଲଟ୍ରାସାଉଣ୍ଡ ମେସିନ୍ ର ବ୍ୟାଟେରୀ ପୋଡି ଯାଇଛି l ଆସିଲେ ଅଲଟ୍ରାସାଉଣ୍ଡ କରାଯିବ ବୋଲି ହସ୍ପିଟାଲ ଅଧିକ୍ଷକ ପ୍ରଫେସର ସୀତାରାମ ମହାପାତ୍ର ପ୍ରକାଶ କରିଛନ୍ତି l
ଦଶମନ୍ତପୁର ବ୍ଲକର ମଧୁ ବିଶାଲି ଓ ରାଜୁଗୁଡା ଗ୍ରାମର  4 ଜଣ ଗର୍ଭବତୀ ମହିଳାଙ୍କର ଅଲଟ୍ରାସାଉଣ୍ଡ କରିବାକୁ ଆଶାକର୍ମୀ ଆଣିଥିଲେ l କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ପଟାଙ୍ଗୀ, ନବରଙ୍ଗପୁର ଜିଲ୍ଲାରୁ ଅନେକ ରୋଗୀ ଆସିଥିଲେ l ଅପେକ୍ଷା କରି ରୋଗୀ ଓ ରୋଗୀ ସମ୍ପର୍କୀୟମାନେ ହଇରାଣ ହୋଇ ଘରକୁ ଫେରିଯାଇଥିଲେ l
କୋରାପୁଟ – ସାମ୍ବାଦିକ,( ତ୍ରିନାଥ ପଟ୍ଟନାୟକ ) |

विज्ञापन बॉक्स (विज्ञापन देने के लिए संपर्क करें)

इसे भी पढे ----

वोट जरूर करें

क्या आपको लगता है कि बॉलीवुड ड्रग्स केस में और भी कई बड़े सितारों के नाम सामने आएंगे?

View Results

Loading ... Loading ...

आज का राशिफल देखें 

[avatar]